ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ମୂଲ୍ୟାୟନ ୨୧ରୁ; ଅଗଷ୍ଟ ପ୍ରଥମ ସପ୍ତାହରେ ପରୀକ୍ଷାଫଳ

0

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଶେଷ ହୋଇଛି। ଉଭୟ ପରୀକ୍ଷାର ଖାତାଦେଖା ଆସନ୍ତା ୨୧ରୁ ଆରମ୍ଭ ହୋଇ ଅନ୍ୟୁନ ତିନି ଦିନରେ ଶେଷ କରାଯିବା ପାଇଁ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ପରୀକ୍ଷା ଫଳ ଅଗଷ୍ଟ ପ୍ରଥମ ସପ୍ତାହରେ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତାଦେଖା ପାଇଁ ୧୨ଟି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତାଦେଖା ପାଇଁ ୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନ କାର୍ଯ୍ୟରେ ମୋଟ ୩୯୦୦ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ପରୀକ୍ଷକମାନଙ୍କ ନିଯୁକ୍ତି ପତ୍ର ବୋର୍ଡ ୱେବସାଇଟ୍‍ (www.bseodisha.nic.in) ରେ ଉପଲବ୍ଧ ହୋଇଛି। ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ବୋର୍ଡ ୱେବସାଇଟ୍‍ରୁ ନିଜ ବିଦ୍ୟାଳୟରୁ ନିଯୁକ୍ତ ହୋଇଥିବା ପରୀକ୍ଷକମାନଙ୍କ ନିଯୁକ୍ତିପତ୍ର ଡାଉନ୍‍ଲୋଡ୍‍ କରିପାରିବେ। ପରୀକ୍ଷକମାନେ ଖାତାଦେଖା କାର୍ଯ୍ୟରେ ଯୋଗଦେବା ନିମନ୍ତେ ବିଦ୍ୟାଳୟରୁ ରିଲିଭ୍‍ ହୋଇ ୨୦ ତାରିଖ ପୂର୍ବାହ୍ଣ ୧୦ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗଦାନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।

kalyan agarbati
Leave A Reply