କ୍ଷତିକାରକ ଉଜ୍ଜ୍ୱଳ ଏଲଇଡି ବତି
ଭୁବନେଶ୍ବର : ନିକଟରେ କାନାଡା ବିଶେଷଜ୍ଞ ଦଳ ଏଲଇଡି ବତି ସମ୍ପର୍କିତ କେତେକ ଆବଶ୍ୟକୀୟ ତଥ୍ୟ ବିଶ୍ୱବାସୀଙ୍କୁ ଅବଗତ କରାଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ବତିର ବହୁଳ ବ୍ୟବହାର ବଢ଼ିଚାଲିଥିଲାବେଳେ ଅଧିକାଂଶ ସ୍ଥାନରେ ଉଜ୍ଜ୍ୱଳ ଏଲଇଡି ବତି ବ୍ୟବହାର କରାଯାଉଛି। ୨ ବର୍ଷ ମଧ୍ୟରେ ଆମେରିକାର ସିଏଟଲ୍, କ୍ୟାଲିଫର୍ଣ୍ଣିଆ ଓ ୱାଶିଂଟନ୍ରେ ଅତ୍ୟଧିକ ଉଜ୍ଜ୍ୱଳ ଏଲଇଡି ବତି ବ୍ୟବହାର କରାଯାଇଛି। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସେଠା ସ୍ୱାସ୍ଥ୍ୟ ସଂଘ ପ୍ରକାଶ କରିଛି। ନିୟମାନୁସାରେ, ସେଠା ସଡ଼କରେ ୩ହଜାର କେଲଭିନ୍ରୁ ଅଧିକ କ୍ଷମତାସମ୍ପନ୍ନ ଏଲଇଡି ବତି ବ୍ୟବହାର କରାଯିବା ଅନୁଚିତ। ଆମେରିକା ରାଜପଥରେ ୪୦୦୦ରୁ ୫୦୦୦କେଲିଭନ୍ କ୍ଷମତାସମ୍ପନ୍ନ ଧଳା ଏଲଇଡି ବତି ଲଗାଯାଇଛି। ଏହାକୁ ନେଇ ଜନସାଧାରଣ ମଧ୍ୟ ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ, ଏହି ବତିର ପ୍ରଭାବରେ ସାଧାରଣଲୋକଙ୍କ ବିଚଳିତ ହୋଇଥାନ୍ତି। ଆଖି ଉପରେ ଏହା କୁପ୍ରଭାବ ପକାଏ। ଏହା ସହ ଦୈନନ୍ଦିନ ସ୍ୱାସ୍ଥ୍ୟଜୀବନ ମଧ୍ୟ ଏହି ଉଜ୍ଜ୍ୱଳ ଏଲଇଡି ବତି ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ।