www.samajalive.in
Saturday, December 13, 2025
14.1 C
Bhubaneswar

ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କ ଏମ୍‌ଡି ନିଯୁକ୍ତ

ୱାଶିଂଟନ୍‌ : ଭାରତୀୟ ଅର୍ଥନୀତିଜ୍ଞ ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ପ୍ରଥମ ମହିଳା ପରିଚାଳନା ନିର୍ଦେଶକ(ଏମ୍‌ଡି) ତଥା ଚିଫ୍‌ ଫାଇନାନ୍‌ସିଆଲ ଅଫିସର(ସିଏଫ୍‌ଓ) ଭାବେ ନିଯୁକ୍ତ ହୋଇଛନ୍ତି। ଏ ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ)ର ଏମ୍‌ଡି ତଥା ସିଏଫ୍‌ଓ ଭାବେ କାର୍ଯ୍ୟ କରୁଥିବା ୬୦ବର୍ଷୀୟା ଅଂଶୁଳାଙ୍କର ଅର୍ଥନୀତି ଓ ବ୍ୟାଙ୍କିଂ କ୍ଷେତ୍ରରେ ଦୀର୍ଘ ୩୫ବର୍ଷର ଅଭିଜ୍ଞତା ରହିଛି।

ଅର୍ଥନୀତିରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ବହୁବିଧ ଆର୍ଥିକ ପରିଚାଳନାରେ ତାଙ୍କର ଦକ୍ଷତାକୁ ବିଶ୍ବବ୍ୟାଙ୍କ ସଭାପତି ଡେଭିଡ ମାଲପାସ୍‌ ପ୍ରଶଂସା କରିଛନ୍ତି। ବିଶ୍ବବ୍ୟାଙ୍କରେ ଯୋଗଦେବା ପରେ ସେ ପ୍ରତ୍ୟକ୍ଷ ଭାବେ ମାଲପାସ୍‌ଙ୍କ ସହିତ କରିବେ। ବ୍ୟାଙ୍କର ଆର୍ଥିକ ସମ୍ପଦ ପରିଚାଳନା କ୍ଷେତ୍ରର ସିଇଓ ଭାବେ ସେ ଦାୟିତ୍ବ ତୁଲାଇବେ। ଅଂଶୁଳା ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନତକ ଓ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories