ସୁରକ୍ଷା ବାହିନୀ ଉପରେ ଅବିରତ ଆକ୍ରମଣ ଆଶଙ୍କା
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ମୁତୟନ ସୁରକ୍ଷାବାହିନୀ ଉପରେ ଅବିରତ ଆକ୍ରମଣ ଲାଗି ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ କାଶ୍ମୀରରେ ଲୁଚିଛନ୍ତି। ଭାରତୀୟ ଅର୍ଥବ୍ୟବସ୍ଥାକୁ ଆଘାତ ଦେବା ସହିତ ଏହାର ମାନବ ସମ୍ବଳ ଓ ବ୍ୟବସ୍ଥାର ବ୍ୟାପକ ହାନୀ ଘଟାଇବା ଏହି ଆତଙ୍କବାଦୀଙ୍କ ମୂଳ ଉଦ୍ଦେଶ୍ୟ। ବାଲାକୋଟ ଆକ୍ରମଣ ପରେ ପାକିସ୍ତାନରୁ ଅନୁପ୍ରବେଶ କମିଛି ବୋଲି େକନ୍ଦ୍ର ସରକାର ଦର୍ଶାଇବାର ଦିନକ ପରେ ପ୍ରକାଶିତ ଏକ ଭିଡିଓରେ ଅଲକାଏଦା ମୁଖ୍ୟ ଆୟମାନ ଅଲ-ଜୱାହାରି ଏହା କହିଛନ୍ତି। ଭିଡିଓଟି ଆତଙ୍କବାଦର ମୁକାବିଲା ଦିଗରେ ପାକିସ୍ତାନର ଆନ୍ତରିକତାକୁ ମଧ୍ୟ ପଦାରେ ପକାଇଛି।
କାଶ୍ମୀର ଘାଟିରେ ସୀମାପାର ଆତଙ୍କବାଦକୁ ତ୍ବରାନ୍ବିତ କରିବା ଲାଗି ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣରେ ପାକିସ୍ତାନର ସମ୍ପୃକ୍ତି ଥିବା ଜୱାହାରି ଏଥିରେ କହିଛନ୍ତି। ସଂସ୍ଥାର ଗଣମାଧ୍ୟମ ଶାଖା ‘ଆଜ ସାହାବ’ ପକ୍ଷରୁ ‘କାଶ୍ମୀରକୁ ଭୁଲ ନାହିଁ’ ଶୀର୍ଷକରେ ଏହି ବାର୍ତ୍ତା ଦିଆଯାଇଛି। ଏହାକୁ ନେଇ ଫାଉଣ୍ଡେସନ ଫର ଡିଫେନ୍ସ ଅଫ ଡେମୋକ୍ରାସି (ଏଫଡିଡି) ପତ୍ରିକା ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରିଛି। କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଲାଗି ଅଲ-କାଏଦା ଏକ ଦଳ ପ୍ରସ୍ତୁତ କରିଥିବା ସାମ୍ବାଦିକ ଥମାସ ଜେସକେଲିନ ଏଥିରେ କହିଛନ୍ତି। ଜୱାହରୀଙ୍କ ଉକ୍ତ ଭିଡିଓରେ ମୃତ ଆତଙ୍କବାଦୀ ଜାକିର ମୁସା ସମ୍ବନ୍ଧରେ ସ୍ପଷ୍ଟ କିଛି କହି ନ ଥିଲେ ମଧ୍ୟ ତାଙ୍କ ଫଟୋଚିତ୍ର ଦେଖିବାକୁ ମିଳୁଛି। ଉଭୟ ମୂଷା ଓ ଲାଲହାରୀ କାଶ୍ମୀର ଜିହାଦରେ ପାକିସ୍ତାନର ଭୂମିକାକୁ ସ୍ବୀକାର କରିଛନ୍ତି। ପାକିସ୍ତାନୀମାନେ ବିଶ୍ବାସଯୋଗ୍ୟ ନୁହନ୍ତି ବୋଲି ଜୱାହରି କହିଛନ୍ତି। ଉଭୟ ପାକିସ୍ତାନ ସେନା ଓ ସରମାର ଆମେରିକାର ଖୁସାମଦିଆ ବୋଲି ସେ ଦର୍ଶାଇଛନ୍ତି।
Comments are closed.