ବିଷାକ୍ତ ଛତୁ ଖାଇ ୬ ଗୁରୁତର
ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘୁନସର ଗାଁରେ ବିଷାକ୍ତ ଛତୁ ଖାଇ ୬ ଜଣ ଝାଡା ବାନ୍ତିରେ ପଡ଼ି ଗୁରୁତର ହୋଇଥଛନ୍ତି। ଗୁରୁତରଙ୍କୁ ଖପ୍ରାଖୋଲ ଡାକ୍ତରଖାନା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଦୁଷ୍ମନ୍ତ ମାଝି(୧୨), ଦମୟନ୍ତି ମାଝି(୪), ଚଉବନ ମାଝି(୧୧), ବିଦେଶି ମାଝି(୫), ସୁର୍ଯ୍ୟକାନ୍ତି ମାଝି(୮), ହେମନ୍ତ ମାଝି(୨୭) ବୋଲି ଜଣାଯାଇଛି। ସୁଚନା ଅନୁସାରେ, ଛତୁ ଖାଇଲା ପରେ ପେଟ କାଟିବା ସହ ଝାଡା ବାନ୍ତି ହୋଇଥିଲା। ପରେ ଏମାନଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତିିର୍ କଲା ପରେ ଡାକ୍ତର ସୁମିତ ପଧାନ ଇଂଜେକ୍ସନ ଏବଂ େଓøଷଧ ଦେଲା ପରେ ସ୍ୱାସ୍ଥାବସ୍ଥା ସ୍ଥିର ଥିବା ଜଣାଯାଇଛି। ଏନେଇ ମେଡିକାଲ ଅଫିସର ଡା. ପ୍ରହଲାଦ ମେହେରଙ୍କୁ ପଚାରିବାରୁ ଡାକ୍ତରଖାନାରେ ସମସ୍ତ ଆକ୍ରାନ୍ତ ଙ୍କ ଚିକିତ୍ସା ଜାରିରହଥିବା କହିଛନ୍ତି।
Comments are closed.