www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱକପ କ୍ରିକେଟ୍‍ : ଭାରତର ଲଙ୍କା ବିଜୟ

ଲିଡସ୍‍ : ବିଶ୍ୱକପ କ୍ରିକେଟ୍‍ରେ ବିଜୟ ଧାରା ଜାରି ରଖିବା ସହ ଶେଷ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ହିଟ୍‍ ମ୍ୟାନ ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ଶତକ ବଳରେ ସହଜ ବିଜୟ ହାସଲ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‍ ହରାଇ ୨୬୪ରନ କରିଥିଲା। ୨୬୫ ରନ ବିଜୟ ଲକ୍ଷ୍ୟକୁ ଭାରତ ୪୩.୩ ଓଭରରେ ମାତ୍ର ୩ ୱିକେଟ୍‍ ହରାଇ ହାସଲ କରିନେଇଥିଲା। ଶ୍ରାଲଙ୍କା ପକ୍ଷରୁ ଆଞ୍ଜେଲୋ ମାଥ୍ୟୁଜ୍‍ ୧୧୩(୧୨୮)ବଲ ଏବଂ ଲାହିରୁ ଥିରିମାନେଙ୍କ ଉପଯୋଗୀ ଅର୍ଦ୍ଧଶତକ ୫୩ରନ(୬୮ବଲ) ବଳରେ ଶ୍ରାଲଙ୍କା ୨୬୪ରନ କରିପାରିଥିଲା। ଭାରତ ପକ୍ଷରୁ ବିଶ୍ୱର ୧ନଂ ଦୃତ ବୋଲର ଯଶ୍‍ପ୍ରୀତ ବୁମ୍‍ରା ୧୦ଓଭର ବୋଲିଂ କରି ମାତ୍ର ୩୭ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ। ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଦେଜା ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‍ ନେବାକୁ ସକ୍ଷମ ହୋଇଥିଲେ। ଭାରତର ଦୁଇ ଓପ୍‍ନିଂ ଯୋଡି ରୋହିତ ଶର୍ମା ଏବଂ କେଏଲ ରାହୁଲ ଆରମ୍ଭରୁ ଚମତ୍କାର ବ୍ୟାଟିଂ ଆରମ୍ଭ କରିଥିଲେ। ରୋହିତ ୯୪ବଲ ଖେଳି ୧୦୩ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୧୧୮ବଲ ଖେଳି ୧୧୧ରନ ସଂଗ୍ରହ କରିଥିଲେ। ଅଧିନାୟକ ବିରାଟ କୋହଲି ୩୪ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୭ରନ କରି ଅପରାଜିତ ଥିବା ବ୍ୟାଟିଂରେ ଋିଷଭ ପନ୍ତ୍‍ (୪ରନ) ପୁଣି ବିଫଳ ହୋଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories