ଜୟପୁର ବିଶ୍ୱ ଐତିହ୍ୟ ସ୍ଥଳୀ ଘୋଷିତ
ନୂଆଦିଲ୍ଲୀ : ୟୁନିସ୍କୋ ଶନିବାର ରାଜସ୍ଥାନର ରାଜଧାନୀ ତଥା ଗୋଲାପି ସହର ଭାବେ ଜଣାଶୁଣା ଜୟପୁରକୁ ବିଶ୍ୱ ଐତିହ୍ୟ ସ୍ଥଳୀ ଘୋଷଣା କରିଛି।
ଆଜବେରିଜାନର ରାଜଧାନୀ ବାକୁରେ ଜୁନ ୩୦ରୁ ଆୟୋଜିତ ୟୁନିସ୍କୋ ବିଶ୍ୱ ଐତିହ୍ୟ କମିଟିର ୪୩ତମ ଅଧିବେଶନ ଅବସରରେ ଏହି ଘୋଷଣା କରାଯାଇଛି। ୟୁନିସ୍କୋ ବିଶ୍ୱ ଐତିହ୍ୟ କମିଟିର ଏହି ଅଧିବେଶନ ଜୁଲାଇ ୧୦ ପର୍ଯ୍ୟନ୍ତ ଚାଲିବ। ଏନେଇ ୟୁନିସ୍କୋ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ୟୁନିସ୍କୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ ଜୟପୁର ହେଉଛି ସଂସ୍କୃତି ଏବଂ ବୀରତ୍ୱର ସହର। ରୁଚି ସମ୍ପନ୍ନ ଏବଂ ଉତ୍ସାହୀ ଜୟପୁରର ଆତିଥ୍ୟ ବିଶ୍ୱର ସବୁ କୋଣରୁ ଲୋକଙ୍କୁ ଆକୃଷ୍ଟ କରିଥାଏ। ଏହି ସହର ଏବେ ବିଶ୍ୱର ଐତିହ୍ୟ ସ୍ଥଳୀ ଭାବେ ଚିତ୍ରିତ ହୋଇଥିବାରୁ ଆନନ୍ଦିତ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।
Comments are closed.