bjd gruha runa

ଆଖି ବୁଜିଲେ ଯୋଡ଼ା ଶିଶୁ

BJD Bijuli 480×75 Mob

କଟକ : ଡାକ୍ତର ମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଶେଷରେ ଆଖି ବୁଜିଲେ ଯୋଡ଼ା ଶିଶୁକନ୍ୟା। ଗୋଟିଏ ହୃଦୟ ଥିବାରୁ ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ ସୂଚନା ଦେଇଛନ୍ତି।

ଗୁରୁବାର ଶିଶୁଦ୍ବୟ ନିଶ୍ବାସ ପ୍ରଶ୍ବାସ ନେବାରେ ଅଧିକ କଷ୍ଟ ଅନୁଭବ କରିବାରୁ ଲାଗିଥିବା ଅମ୍ଳଜାନର ମାତ୍ରାକୁ ବଢ଼ାଇ ଦିଆଯାଇଥିଲା। ଏଭଳି ସ୍ଥିତିରେ ଶିଶୁଦ୍ବୟଙ୍କର ଜୀବନ ରକ୍ଷା ପାଇଁ ଡାକ୍ତରମାନେ ଉଦ୍ୟମ ଜାରି ରଖିଥିଲେ। ବୁଧବାର ଶିଶୁଦ୍ବୟଙ୍କର ଇକୋ ଓ ସିଟିସ୍କାନ୍ କରାଯାଇଥିଲା। ଇକୋ ରିପୋର୍ଟରେ ହୃତପିଣ୍ଡ ଗୋଟିଏ ଓ ତାହା ଠିକ୍ ଭାବେ କାର୍ଯ୍ୟ କରୁନଥିବା ଜଣାପଡିଥିଲା। ସୋମବାର ଢେଙ୍କାନାଳର ରେଣୁବାଳା ବେହେରା ଓ ପ୍ରଦୀପ ବେହେରାଙ୍କର ଯୋଡାଶିଶୁ ଜନ୍ମ ହେବା ପରେ ଶିଶୁଦ୍ବୟଙ୍କୁ ଚିକିତ୍ସା ପାଇଁ କଟକ ଶିଶୁଭବନକୁ ଅଣାଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ଶିଶୁଦ୍ବୟଙ୍କର ଗୋଟିଏ ହୃତ୍ପିଣ୍ଡ ଓ ଯକୃତ ରହିଥିବା ଜଣାପଡ଼ିଥିଲା। ଏହାବାଦ୍ ଶରୀର ଗଠନରେ ମଧ୍ୟ ସେମାନଙ୍କର ବିଭିନ୍ନ ସମସ୍ୟା ରହିଥିଲା ବୋଲି ଡାକ୍ତର ମାନେ ସୂଚନା ଦେଇଥିଲେ। ତେବେ ଶେଷରେ ଡାକ୍ତର ମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁକନ୍ୟାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରି ନଥିଲା।

Comments are closed.