www.samajalive.in
Sunday, December 14, 2025
19.1 C
Bhubaneswar

ରଥଯାତ୍ରାରେ ଏକାଠି ନୁସରତ ଓ ମମତା-କହିଲେ ରାଜନୀତି ନୁହେଁ, ଶ୍ରଦ୍ଧାର ବିଷୟ

କୋଲକାତା: ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିବା ତୃଣମୂଳ କଂଗ୍ରେସର ନବ ନିର୍ବାଚିତ ସାଂସଦ ନୁସରତ ଜାହାଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ କୋଲକାତା ରଥ ଯାତ୍ରାରେ ଯୋଗ ଦେଇଛନ୍ତି। ଅଭିନେତ୍ରୀରୁ ରାଜନେତା ପାଲଟି ଥିବା ନୁସରତ ତାଙ୍କ ବିବାହ ପରେ ସିନ୍ଦୁର ଏବଂ ମଙ୍ଗଳସୂତ୍ର ପିନ୍ଧି ଲୋକସଭାରେ ଶପଥ ପାଠ କଲା ପରେ ମୁସଲିମ ସମ୍ପ୍ରଦାୟର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ। ତେବେ ଇସ୍କନ ଦ୍ୱାରା ଆୟୋଜିତ ରଥ ଯାତ୍ରାରେ ନୁସରତ ମମତାଙ୍କ ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ପୂର୍ବ ବର୍ଷ ଭଳି ମମତା ଏଥରକ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିଥିଲେ। କିନ୍ତୁ ରଥ ଯାତ୍ରାରେ ଉପସ୍ଥିତ ନୁସରତଙ୍କ ମନ୍ତବ୍ୟ ପୁଣି ଭାଇଚାରାର ବାର୍ତ୍ତା ଦେଇଛି। ସେ ସାମ୍ବାଦିକମାନଙ୍କୁ କହିଛନ୍ତି, (ଦିଦି )ମମତା ବାନାର୍ଜୀ ଇଦ ପର୍ବରେ ଆମ ସମସ୍ତଙ୍କ ସହ ଉପସ୍ଥିତ ଥିଲେ। ଏଥିରେ କିଛି ରାଜନୀତି ନାହିଁ, ଏହା କେବଳ ଶ୍ରଦ୍ଧା ଓ ବିଶ୍ୱାସର ବିଷୟ। ସେ କହିଥିଲେ ଯେ ରାଜନୀତି ଓ ଧର୍ମକୁ ଏଥିରୁ ଦୁରେଇ ରଖିବା ଆବଶ୍ୟକ।

- Advertisement -

ସଂସଦକୁ ଶାଢ଼ୀ, ସିନ୍ଦୁର ଓ ମଙ୍ଗଳସୂତ୍ର ପିନ୍ଧି ଯିବା ଓ ନିଜ ସମ୍ପ୍ରଦାୟରୁ ବିରୋଧର ଶିକାର ହେବ ନେଇ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ବସିରହାଟରୁ ନିର୍ବାଚିତ ସାଂସଦ ନୁସରତ କହିଛନ୍ତି ଯେ ସେ ଅପ୍ରାସଙ୍ଗିକ ବିଷୟକୁ ଧ୍ୟାନ ଦିଅନ୍ତି ନାହିଁ ଓ ସେ ଜାଣନ୍ତି ଯେ ସେ ସଚ୍ଚା ମୁସଲିମ। ରଥଯାତ୍ରାରେ ଯୋଗ ଦେବା ତାଙ୍କ ପାଇଁ ବଡ଼ ଆଶୀର୍ବାଦ ବୋଲି କହିବା ସହ ଯୁବ ଭାରତ ଧର୍ମନିରପେକ୍ଷ, ସମାଵେଶୀ ଏବଂ ମାନବତା ଉପରେ ପର୍ଯ୍ୟବେସିତ ବୋଲି ସେ କହିଛନ୍ତି।

ନୁସରତଙ୍କ ସ୍ୱାମୀ ନିଖିଳ ଜୈନ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କ ଏଭଳି ଜବାବ ପାଇଁ ଗର୍ବିତ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories