www.samajalive.in
Saturday, December 6, 2025
23.1 C
Bhubaneswar

ଘୋଷଣାରେ କଥା ରହିଲା : ଆଦାୟ ହେଲା ଟୋଲ୍‌ଗେଟ୍‌ ଫି’

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ଥିବା ପିପିଲି ଟୋଲ୍‌ଗେଟ୍‌ରେ ରଥଯାତ୍ରାରେ ଟୋଲ୍‍ ଫି’ ଆଦାୟ ହୋଇଛି। ରଥଯାତ୍ରା, ବାହୁଡ଼ା ଓ ସୁନାବେଶରେ ପିପିଲି ଟୋଲ୍‌ଗେଟ୍‌ରେ ଟୋଲ୍‍ ଫି’ ଛାଡ଼ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଉକ୍ତ ଟୋଲ୍‌ଗେଟ୍‌ରେ ଫି’ ଛାଡ଼ ହେବନାହିଁ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବୁଧବାର ସୂଚନା ଦେବାପରେ ଆଜି ପବିତ୍ର ରଥଯାତ୍ରାରେ ପୂର୍ବପରି ଗାଡ଼ିମୋଟରଠାରୁ ଟିକସ ଆଦାୟ କରାଯାଇଛି। ରଥଯାତ୍ରା ଉପଲକ୍ଷେ ଟୋଲ୍‍ ଫି’ ଛାଡ଼ ନେଇ କୌଣସି ନିୟମ ନଥିବା ବେଳେ ୨୦୧୫ ମସିହାରୁ ଅଦ୍ୟାବଧି କୌଣସି ବର୍ଷ ଟୋଲ୍‍ ଫି’ ଛାଡ ହୋଇନଥିବା ସଂପର୍କରେ ଏନ୍‍ଏଚ୍‍ଏଆଇ ଆଞ୍ଚଳିକ ଅଧିକାରୀ ଗତକାଲି ସୂଚନା ଦେଇଥିଲେ। ରଥଯାତ୍ରା, ବାହୁଡା ଓ ସୁନାବେଶରେ ଟୋଲ୍‍ ଫି’ ଛାଡ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏନ୍‍ଏଚ୍‍ଏଆଇର ନିୟମ ନଥିବାରୁ ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରାଯାଇ ପାରିବନି ବୋଲି ଏନ୍‍ଏଚ୍‍ଏଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ଆଜି ଉକ୍ତ ଟୋଲ୍‌ଗେଟ୍‌ରେ ଗାଡ଼ିମୋଟର ଠାରୁ ଟିକସ ଆଦାୟ କରାଯିବା ବେଳେ କେତେକ ଗାଡ଼ି ଚାଳକ ଓ ମାଲିକ ଟୋଲ୍‍ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିବା ସୂଚନା ମିଳିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories