www.samajalive.in
Saturday, December 6, 2025
26.1 C
Bhubaneswar

ଏମକେ ଷ୍ଟାଲିନ ଏବଂ କୁମାରସ୍ୱାମୀଙ୍କ ପୁଅଙ୍କୁ ମିଳିଲା ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ

ଚେନ୍ନଇ/ବେଙ୍ଗାଲୁରୁ : ଦ୍ରାବିଡ ମୁନେତ୍ର କାଜଗହମ (ଡିଏମକେ) ଅଧ୍ୟକ୍ଷ ଏମେକେ ଷ୍ଟାଲିନ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସିକ୍ୟୁଲାର (ଜେଡିଏସ) ନେତା ଏଚ.ଡି କୁମାରସ୍ୱାମୀ ନିଜ ପୁଅଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରିଛନ୍ତି।
ଗୁରୁବାର ଏମେ କେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟାନିଧିଙ୍କୁ ଡିଏମେ ଛାତ୍ର ମଞ୍ଚର ସମ୍ପାଦକ ପଦରେ ନିଯୁକ୍ତି ଦିଆଯାଇଛି। ଉଦୟାନିଧି କେତେକ ତାମିଲ ଚଳଚ୍ଚିତ୍ରରେ ଅଭିନେତା ଭାବେ କାର୍ଯ୍ୟ କରିଛନ୍ତି ଓ ଏବେ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କ ବାପା ଏମେ ଷ୍ଟାଲିନ ମଧ୍ୟ ପୂର୍ବରୁ ଏହି ପଦରେ ଥିଲେ। ଏପର୍ଯ୍ୟନ୍ତ ଏହି ପଦ ଭେଲାକୋଲି ସ୍ୱାମୀନାଥନଙ୍କ ପାଖରେ ଥିଲା। କିଛି ଦିନ ତଳେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଉଦୟାନିଧିଙ୍କୁ ଏହି ପଦର ଭାର ଦିଆଯାଇଛି।

ସେହିପରି ଏଚ.ଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀଙ୍କୁ ଜେଡିଏସ ଯୁବ ମଞ୍ଚର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏଚଡି ଦେବଗୌଡ଼ାଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଜଣାଉଛନ୍ତି ଓ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ନିଖିଲ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories