www.samajalive.in
Saturday, December 6, 2025
26.1 C
Bhubaneswar

ମହିଳାଙ୍କ ଏସବୁ କାର୍ଯ୍ୟକଳାପ ପାଇଁ ଘରେ ଦେଖାଦିଏ ଅଭାବ ଓ ଅଶାନ୍ତି

ସାଧାରଣତଃ ଘରର ମହିଳା ବା ବୋହୂଙ୍କୁ ଗୃହ ଲକ୍ଷ୍ମୀ ବୋଲି କୁହାଯାଏ। ଘରର ଉନ୍ନତି ଏବଂ ଅବନତି ଘରର ମହିଳାଙ୍କ କାର୍ୟ୍ୟକଳାପ ସହ ଜଡ଼ିତ ହୋଇଥାଏ। ବେଳେବେଳେ ଯେତେ ଆୟ କଲେ ମଧ୍ୟ ଘରେ ଅଭାବ ଅନଟନ ଦେଖା ଦେବା ସହ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ହେଲେ ଆମେ ଏହା ଜାଣି ନଥା’ନ୍ତି ଯେ, ଏ ସବୁର କାରଣ ଘରର ମହିଳାଙ୍କର କିଚି ବଦ ଅଭ୍ୟାସ ଯୋଗୁଁ ମଧ୍ୟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଘରର ମହିଳାଙ୍କ କେଉଁ ସବୁ କାର୍ଯ୍ୟ ଯୋଗୁଁ ଘର ଓ ପରିବାରର କ୍ଷତି ହୋଇଥାଏ –

ସକାଳୁ ବଳମ୍ବରେ ଉଠିବା :
ଘରର ମହିଳା ସକାଳୁ ନଉଠି ବିଳମ୍ବ ଯାଏ ଶୋଇ ରହିଲେ, ମାତା ଲକ୍ଷ୍ମୀ ସେମାନଙ୍କ ଉପରେ କ୍ଷୁବ୍ଧ ହୋଇଥାନ୍ତି। ତେଣୁ ଏହି ଅଭ୍ୟାସ ପରିତ୍ୟାଗ କରନ୍ତୁ।

- Advertisement -

ବଦରାଗି ହୋଇଥିଲେ ଓ କଟୁ କଥା କହୁଥିଲେ :
ଘରର ମହିଳାଙ୍କ ସ୍ବଭାବ ଶାନ୍ତ ହୋଇଥିବା ଆବଶ୍ୟକ । ମିଠା କଥା କହୁଥିବା ଏବଂ ବୁଦ୍ଧିମତୀ ହେବା ଉଚିତ୍ । ଯଦି ଘରର ବୋହୂ କଟୁ କଥା କୁହନ୍ତି ତେବେ ଘରର ପରିବେଶ ଖରାପ ହୋଇଥାଏ। ଏମିତିରେ ଘରେ ସବୁବେଳେ କଳହ ହୋଇଥାଏ। ମା’ ଲକ୍ଷ୍ମୀ ଏମିତି ସ୍ଥାନକୁ ଖୁବ୍ ଶୀଘ୍ର ଛାଡ଼ି ଦିଅନ୍ତି।

ଅଧିକ ଖାଉଥିଲେ :
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ମହିଳା ଆବଶ୍ୟକଠାରୁ ଅଧିକ ଖାଦ୍ୟ ଖାଆନ୍ତି ସେ ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଏହାର ନକାରାତ୍ମକ ପ୍ରଭାବ ସିଧାସଳଖ ଘରର ସଦସ୍ୟ ମାନଙ୍କ ଉପରେ ପଡ଼ିଥାଏ।

ଘର ଅପରିସ୍କାର ରଖୁଥିଲେ :
ଘରର ମହିଳା ଘରେ ଅଇଁଠା ବାସନ ଏବଂ ଘରେ କୌଣସି ପ୍ରକାର ଅପରିସ୍କାର ରଖିବା ଅନୁଚିତ୍। ଏପରି କଲେ ମାତା ଲକ୍ଷ୍ମୀ କ୍ଷୁବ୍ଧ ହୋଇଥାନ୍ତି। ଯାହା ଫଳରେ ଅଭାବ ଅନଟନ ଲାଗିରହେ।

ଝାଡୁରେ ପାଦ ଲଗାଇଲେ :
ମାନ୍ୟତା ରହିଛି ଘରର ମହିଳା ଝାଡୁରେ ପାଦ ଲଗାଇବା ଅନୁଚିତ୍ । ଯେଉଁ ମହିଳା ଏପରି କରନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଫଳରେ ଘରେ ଦାରିଦ୍ର୍ୟତା ଦେଖାଦେଇଥାଏ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories