www.samajalive.in
Saturday, December 6, 2025
19.1 C
Bhubaneswar

ପାକିସ୍ତାନରେ ହାଫିଜ ସୟିଦଙ୍କ ସମେତ ୧୩ ଜଣଙ୍କ ନାମରେ ମାମଲା ରୁଜୁ

ଲାହୋର : ପାକିସ୍ତାନର ଆତଙ୍କବାଦ ନିରୋଧ ବିଭାଗ (ସିଟିଡି)ରେ ବୁଧବାର ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦଙ୍କ ସମେତ ୩ ସଂଗଠନର ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ସେମାନଙ୍କ ବିରୋଧରେ ୨୩ଟି ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି। ପାକିସ୍ତାନ ଆତଙ୍କବାଦ ନିରୋଧ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ହାଫିଜ ଓ ତାର ୧୨ ଘନିଷ୍ଠ ଜନକଲ୍ୟାଣ ନାମରେ ପାଣ୍ଠି ସଂଗ୍ରହ କରି ଆତଙ୍କବାଦ ଗତିବିଧିରେ ବିନିଯୋଗ କରୁଥିଲେ। ସୂଚନା ଅନୁସାରେ ଜମାତ- ଉଦ- ଦାବା ୫ଟି ଟ୍ରଷ୍ଟ ଯୋଗେ ପାଣ୍ଠି ସଂଗ୍ରହ କରୁଥିଲା। ସେହିପରି ଲସ୍କର-ଇ-ତୋଇବା ଏବଂ ଫଲାହ-ଇ-ଇନ୍ସାନିୟତ ସଂଗଠନର କେତେକ ଟ୍ରଷ୍ଟ ଯୋଗେ ପାଣ୍ଠି ସଂଗ୍ରହ କରୁଥିଲେ। ଏହି ପାଣ୍ଠିକୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ବିନିଯୋଗ କରାଯାଉଥିଲା। ତେଣୁ ଏହି ଟ୍ରଷ୍ଟ ସହ ସମ୍ପୃକ୍ତ ନେତା ଓ ସଂଗଠନଗୁଡ଼ିକର ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏନେଇ ଲାହୋର ସମେତ ୩ଟି ସହରରେ ୨୩ଟି ମାମଲା ରୁଜୁ କରାଯାଇଛି। ଟ୍ରଷ୍ଟଗୁଡ଼ିକ ମଧ୍ୟରେ ଅଲ-ଅନଫାଲ, ଦାୱତ-ଉଲ-ଇର୍ଶାଦ, ଅଲ ହମଦ, ଅଲ ମଦିନା ଏବଂ ମୌଜ ବିନ ଜବଲ ନାମ ରହିଛି। ଏହି ସମସ୍ତ ମାମଲାର ଶୁଣାଣି ଆତଙ୍କବାଦ ନିରୋଧ କୋର୍ଟରେ ହେବ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories