www.samajalive.in
Saturday, December 6, 2025
16.1 C
Bhubaneswar

ଅର୍ଥନୈତିକ ସର୍ଭେ ରିପୋର୍ଟ : ମହିଳାମାନଙ୍କୁ ସମାନ ବେତନ ଓ ଅବସର ବୟସ ବୃଦ୍ଧି ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ : ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାନ ହେବା ପୂର୍ବରୁ ଗୁରୁବାର ସଂସଦରେ ୨୦୧୮-୧୯ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଛି । ତେବେ ରୋଜଗାର ବୃଦ୍ଧି ଓ ଶ୍ରମ ଆଇନରେ ସଂଶୋଧନ ଏବଂ ସଂସ୍କାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହା ବ୍ୟତୀତ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି ଏବଂ ସର୍ବନିମ୍ନ ବେତନ ପରିମାଣ ବୃଦ୍ଧି କରିବାକୁ କୁହାଯାଇଛି।
ମହିଳାମାନଙ୍କୁ ମିଳୁ ସମାନ ବେତନ
ସେହିପରି ମହିଳାମାନଙ୍କୁ ପୁରୁଷଙ୍କ ଭଳି ସମାନ ବେତନ ଦେବାକୁ ସୁପାରିଶ କରାଯାଇଛି। ବେତନ ବୃଦ୍ଧି ଅବା ନିଯୁକ୍ତି ସଂଖ୍ୟା ବୃଦ୍ଧି ଦ୍ୱାରା ଲୋକଙ୍କ ଖର୍ଚ୍ଚ ବା ବ୍ୟୟ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଏହା ମଧ୍ୟମ ବର୍ଗ ପାଇଁ ଲାଭଜନକ ସାବ୍ୟସ୍ତ ହେବ । ତେଣୁ ସର୍ଭେରେ କୁହାଯାଇଛି ଯେ କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଏହା ଘୋଷଣା କରିବା ଆବଶ୍ୟକ, ଯାହାଦ୍ୱରା ଏହାର ଲାଭ ସାରା ଦେଶକୁ ମିଳିପାରିବ।
ଅବସର ବୟସ ବୃଦ୍ଧି
ସର୍ଭେ ରିପୋର୍ଟରେ କର୍ମଚାରୀମାନଙ୍କର ଅବସର ବୟସ ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ୨୦୨୧-୪୧ ମଧ୍ୟରେ ଶ୍ରମ ଶକ୍ତିର ଭାଗିଦାରୀର ଅନୁପାତକୁ ବିଚାରକୁ ନେଇ କେ. ସୁର୍ବମଣ୍ୟନ ପ୍ରସ୍ତାବ ଦେଇଛନ୍ତି ଅତିରିକ୍ତ ରାଜଗାର ସୁଯୋଗ ସୃଷ୍ଟି କରିବାକୁ ପଡିବ । ଫଳରେ ବାର୍ଷିକ ବୃଦ୍ଧି ପାଉଥିବା ଶ୍ରମ ଶକ୍ତି ଅନୁସାରେ ନିଯୁକ୍ତି ଉପଲବ୍ଧ କରାଯାଇ ପାରିବ। ଏଥିପାଇଁ ଅବସର ବୟସ ବୃଦ୍ଧି କରାଯାଉ, ଫଳରେ ଆଗାମୀ ଦିନରେ ଅନେକ ନୀତିଗତ ଜଟିଳତାକୁ ଦୂର କରାଯାଇ ପାରିବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories