www.samajalive.in
Saturday, December 6, 2025
16.1 C
Bhubaneswar

ଅମରନାଥ ଯାତ୍ରା; ଅମ୍ଳଜାନସ୍ତର କମିବାରୁ ଚେତା ହରାଇଲେ ୨୫ ଶ୍ରଦ୍ଧାଳୁ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରାବେଳେ ଗୁରୁବାର ଅମ୍ଳଜାନସ୍ତର କମିଯିବାରୁ ୨୫ ଶ୍ରଦ୍ଧାଳୁ ଚେତାଶୂନ୍ୟ ହୋଇପଡିଥିଲେ। ଯାତ୍ରା ପଥରେ ମୁତୟନ ଆଇଟିବିପି ଯବାନମାନେ ସେମାନଙ୍କୁ ତତ୍କାଳ ଅମ୍ଳଜାନ ସିଲିଣ୍ଡର ଯୋଗେ ଅମ୍ଳଜାନ ପ୍ରଦାନ କରିଥିଲେ। ଅବସ୍ଥା ସ୍ୱାଭାବିକ ହେବା ପରେ ସେମାନେ ପୁନଃ ଯାତ୍ରା ଆରମ୍ଭ କରିଥିଲେ।
୧୨୦୦୦ ଫୁଟ ଉଚ୍ଚରେ ଅମ୍ଳଜାନସ୍ତର କମି ଯାଇଥାଏ। ଫଳରେ ଶ୍ରଦ୍ଧାଳୁମାନେ ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥାନ୍ତି। ଏପରିକି କେତେକ ସମୟରେ ଶ୍ରଦ୍ଧାଳୁମାନେ ଅଚେତ ହୋଇଯାଇଥାନ୍ତି। ତେଣୁ ଯାତ୍ରା ପଥରେ ମୁତୟନ ଆଇଟିବିପି ଯବାନଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଅସୁବିଧାରେ ପଡୁଥିବା ଶ୍ରଦ୍ଧାଳୁଙ୍କୁ ସେମାନେ ଅମ୍ଳଜାନ ଦେଇ ଉଦ୍ଧାର କରୁଛନ୍ତି। ଗୁରୁବାର ଯାତ୍ରା ପଥରେ ପଡ଼ିଥିବା ପଥର ଓ ମାଟି ଅତଡ଼ାକୁ ଯବାନମାନେ ସଫା କରିଥିଲେ। ସୁରକ୍ଷା ଓ ସୁବିଧା ପାଇଁ ଯାତ୍ରା ପଥରେ ବ୍ୟାପକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories