www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରଫେସର ଜୟନ୍ତ ମହାପାତ୍ର ବ୍ରହ୍ମପୁର ବିଶ୍ଵଵିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ମନୋନୀତ

ଗୋପାଳପୁର: ବ୍ରହ୍ମପୁର ଵିଶ୍ଵଵିଦ୍ୟାଳୟର ପୂର୍ଵତନ ରାଜନୀତି ବିଜ୍ଞାନ ବରିଷ୍ଠ ପ୍ରଫେସର ତଥା ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧି ଭାବେ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ରୂପେ ମନୋନୀତ ହୋଇଥବା ଜଣାପଡିଛି। ଉଚ୍ଚଶିକ୍ଷା ବିଭାଗ ଚିଠି ନମ୍ବର ୨୫୪୯୮/୦୧.୦୭.୧୯ ଯୋଗେ ବ୍ରହ୍ମପୁର ଵିଶ୍ଵଵିଦ୍ୟାଳୟକୁ ଏହା ଅଵଗତ କରାଯାଇଛି। ପୂର୍ବରୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଚିଠି ନମ୍ବର ୩୯୯୮୭/୨୮.୧୨.୧୮ ପ୍ରକାରେ ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ କେ.ଭି. ଆରଚାରୀଙ୍କୁ ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। କିନ୍ତୁ ଏବେ ପୁର୍ନବାର ଏଥିରେ ପରିବର୍ତ୍ତନ କରାଯାଇ ପ୍ରଫେସର ମହାପାତ୍ରକୁ ମନୋନୀତ କରାଯାଇଛି।

ପ୍ରଫେସର ମହାପାତ୍ର ବ୍ରହ୍ମପୁର ଵିଶ୍ଵଵିଦ୍ୟାଳୟରେ ପାଠ ପଢା ସାରିଵା ପରେ ଵିଶ୍ଵଵିଦ୍ୟାଳୟରେ ରାଜନୀତି ବିଜ୍ଞାନର ପ୍ରଫେସର ଭାଵେ କାର୍ଯ୍ୟ କରିଵା ସହ ଜୁଲାଇ୨୬ ,୨୦୧୦ରୁ ଜୁଲାଇ ୨୫, ୨୦୧୩ ପର୍ଯ୍ୟନ୍ତ ବ୍ରହ୍ମପୁର ଵିଶ୍ଵଵିଦ୍ୟାଳୟ କୁଳପତି ଭାବେ ଦାୟିତ୍ୱ ର୍ନଵାହ କରି ଵିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। ଏବେ ପୁଣି ଥରେ ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ ପରେ ଵିଶ୍ଵଵିଦ୍ୟାଳୟର ବହୁ ଗଠନମୂଳକ କାର୍ଯ୍ୟରେ ସହାୟକ ହେବେ ଵୋଲି ଆଶା ଦେଖାଦେଇଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories