www.samajalive.in
Thursday, December 11, 2025
14.1 C
Bhubaneswar

ବଙ୍ଗୋମୁଣ୍ଡାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ରେ ସମାଜ ପାଠକ ମଞ୍ଚ ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୧ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଶ୍ରାଦ୍ଧ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଡ. ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲା ଆଦିବାସୀ ସଂଘର ସଂଗଠକ ସୁରେଶ ଭୋଇ, ସମାଜସେବୀ ତେଜୁରାମ ବାଗ, ସାମ୍ବାଦିକ ହୁଲେଶ୍ୱର ହଂସ, ସାହିତ୍ୟ କଳା ପରିଷଦର ସଂପାଦକ ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଅତିଥିମାନେ ନିଜ ବକ୍ତବ୍ୟରେ ଉତ୍କଳମଣିଙ୍କ ଉତ୍ସଗୀକୃତ ତଥା ତ୍ୟାଗପୂତ ଦେଶସେବା ଏବଂ ତାଙ୍କର ଅକ୍ଷୟ କୀର୍ତ୍ତି ଏବଂ କୃତିକୁ ସ୍ମୃତି ଚାରଣ କରିଥିଲେ। ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜକୁ ସମର୍ପିତ କରି ଚିର ଅମର ହୋଇଯାଇଛନ୍ତି ଏବଂ ତାଙ୍କ ମାନସ ସନ୍ତାନ ‘ସମାଜ’ ଖବର କାଗଜ ସାମାଜିକ ଆନ୍ଦୋଳନର ନେତୃତ୍ୱ ନେବା ସହ ଦେଶର ଦୁଃସ୍ଥ ଅସହାୟଙ୍କ ସେବାରେ ସବୁବେଳେ ଲାଗିଥିବା ପ୍ରକାଶ କରିଥିଲେ। ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଯୁବ ଅନୁପ୍ରାଣୀତ ହୋଇ ସେବା ମନୋଭାବ ନେଇ ଆଗେଇ ଆସିଲେ ଏକ ଗଠନମୂଳକ ସମାଜ ତିଆରି ହୋଇପାରିବ ବୋଲି ଅତିଥିଗଣ ପ୍ରକାଶ କରିଥିଲେ। ବଙ୍ଗୋମୁଣ୍ଡା ବ୍ଲକ ସମାଜ ପ୍ରତିନିଧି ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ। କୋଶଳି କବି ଭକ୍ତବନ୍ଧୁ ସାହୁ, ରାମଚନ୍ଦ୍ର ରଣା, ନରେନ୍ଦ୍ର ବାଗ, ସିଦ୍ଧାର୍ଥ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories