www.samajalive.in
Monday, December 15, 2025
27.1 C
Bhubaneswar

ସୁଶ୍ରୀ: ଚଳିତବର୍ଷର ସର୍ବକନିଷ୍ଠ ଆଇଏଏସ

ନୂଆଦିଲ୍ଲୀ : ଚଳିତମାସ ୨୭ରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୯୦ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ କେରଳର ୨୨ ବର୍ଷୀୟା ସୁଶ୍ରୀ ସର୍ବକନିଷ୍ଠ ଆଇଏଏସ ହେବାର ମାନ୍ୟତା ଲାଭ କରିଛନ୍ତି। ପ୍ରଥମ ଉଦ୍ୟମରେ ସୁଶ୍ରୀ ଏହି ସଫଳତା ହାସଲ କରିଥିବାବେଳେ ତାଲିକାରେ ସେ ୧୫୧ତମ ସ୍ଥାନ ଅଧିକାର କରିଛନ୍ତି। ସୁଶ୍ରୀଙ୍କ ପିତା ସୁନିଲ କୁମାର ସିଆରପିଏଫ୍‌ ଇନିସପେକ୍ଟର ଭାବେ କାର୍ଯ୍ୟ କରି ଅବସର ନେଇସାରିଛନ୍ତି। ୨୦୦୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସପତ୍ନୀକ କେରଳ ଗସ୍ତରେ ଯାଇଥିଲେ। ସେତେବେଳେ ସୁଶ୍ରୀଙ୍କୁ ୧୨ ବର୍ଷ ହୋଇଥିବାବେଳେ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ଫୁଲତୋଡା ଦେବାର ସୁଯୋଗ ତାଙ୍କୁ ମିଳିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଜୀବନର ଲକ୍ଷ୍ୟ କ’ଣ ବୋଲି ପ୍ରଶ୍ନ କରିଥିଲେ। ସୁଶ୍ରୀ କହିଥିଲେ ଯେ ଭବିଷ୍ୟତାରେ ସେ ଜଣେ ଆଇଏଏସ ଅଫିସର ହେବାକୁ ଚାହୁଁଛନ୍ତି। ଦୀର୍ଘ ଦଶ ବର୍ଷ ପରେ ଏହି ସ୍ୱପ୍ନ ସାକାର ହୋଇଥିବାରୁ ସୁଶ୍ରୀ ଓ ତାଙ୍କର ପରିବାର ଆନନ୍ଦରେ ଆତ୍ମହରା ହୋଇପଡିଛନ୍ତି। ଏହି ସଫଳତା ପାଇଁ ଏସ୍‌ପିଜି (ସ୍ପେଶାଲ ପ୍ରୋଟେକସନ ଗ୍ରୁପ୍‌) ମହାନିର୍ଦେଶକ ସୁଦୀପ ଲାଖ୍‌ଟାକିଆ ଓ ସିଆରପିଏଫ୍‌ ମହାନିର୍ଦେଶକ ମଧ୍ୟ ସୁଶ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories