www.samajalive.in
Sunday, December 14, 2025
17.1 C
Bhubaneswar

ଭାରତର ବିରାଟ ବିଜୟ : ୱେଷ୍ଟଇଣ୍ଡିଜ୍‌ ୧୨୫ ରନ୍‌ରେ ପରାସ୍ତ

ମାଞ୍ଚେଷ୍ଟର : ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳ ତା’ର ବିଜୟଧାରା ବଜାୟ ରଖିଛି । ଗୁରୁବାର ତା’ର ୬ଷ୍ଠ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୧୨୫ ରନ୍‌ର ବିପୁଳ ବ୍ୟବଧାନରେ ଭାରତ ପରାସ୍ତ କରିଛି। ଅଧିନାୟକ ବିରାଟ କୋହଲି କ୍ରମାଗତ ୪ର୍ଥ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ସହ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂକରି ଭାରତ ୭ ୱିକେଟରେ ୨୬୮ ରନ୍ କରିଥିଲା। ପରେ ଭାରତୀୟ ପେସ୍ ବୋଲର ଚମତ୍କାର ପ୍ରଦର୍ଶନ କରିବାରୁ ୱେଷ୍ଟଇଣ୍ଡିଜ୍ ୩୪.୨ ଓଭରରେ ୧୪୩ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ୬ଷ୍ଠ ମ୍ୟାଚ୍‌ରେ ୫ମ ବିଜୟ ପରେ ୧୧ ପଏଣ୍ଟ ପାଇ ଭାରତ ସେମିଫାଇନାଲର ଖୁବ୍ ନିକଟତର ହୋଇଛି। ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ୱେଷ୍ଟଇଣ୍ଡିଜ୍ ୭ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିଛି।

ବିପର୍ଯ୍ୟୟ ସହ ୱେଷ୍ଟଇଣ୍ଡିଜ୍ ତା’ର ଇନିଂସ ଆରମ୍ଭ କରିଥିଲା। ୭ ଓଭରରେ ମାତ୍ର ୧୬ ରନ୍ ସ୍କୋର୍‌ରେ ୨ଟି ୱିକେଟ ପଡ଼ି ଯାଇଥିଲା। କ୍ରିସ୍‌ ଗେଲ୍‌ (୬)ଙ୍କ ମୂଲ୍ୟବାନ ୱିକେଟ ମହମ୍ମଦ ସାମି ନେଇଥିବା ବେଳେ ସାଇ ହୋପ୍ ୫ ରନ୍‌କରି ସାମିଙ୍କ ୨ୟ ଶିକାର ହୋଇଥିଲେ। ସୁନୀଲ ଆମ୍ବ୍ରିସ୍ ଓ ନିକୋଲାସ୍ ପୁରନ୍ ୩ୟ ୱିକେଟ ପାଇଁ ୧୧ ଓଭର ବ୍ୟାଟିଂକରି ୫୫ ରନ୍ ଯୋଡ଼ିଥିଲେ। ଆମ୍ବ୍ରିସ୍ ୪୦ ବଲ୍‌ରୁ ୩୧ ରନ୍‌କରି ଆଉଟ ହୋଇଥିବା ବେଳେ ପୁରନ୍ ୨ଟି ଚୌକା ସହ ୨୮ ରନ୍‌କରି ବିଦାୟ ନେଇଥିଲେ। ପରବର୍ତ୍ତୀ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରେ କେବଳ ସିମ୍ରନ୍ ହେତ୍‌ମେୟର କିଛି ସମୟ କ୍ରିଜ୍‌ରେ ରହିଥିଲେ। ୮ମ ବ୍ୟାଟ୍‌ସମ୍ୟାନ୍ ଭାବେ ଆଉଟ ହେବା ପୂର୍ବରୁ ହେତ୍‌ମେୟର ୨୯ ବଲ୍‌ରୁ ୧୮ ରନ୍ କରିଥିଲେ। ୫୩ ରନ୍‌ରେ ୬ଟି ୱିକେଟ ହରାଇ ୱେଷ୍ଟଇଣ୍ଡିଜ୍ ଦିଗହରା ହୋଇ ଯାଇଥିଲା। ମହମ୍ମଦ ସାମି ୪ଟି ଏବଂ ଯଶପ୍ରୀତ ବୁମ୍‌ରା ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବିରାଟ କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ଚମତ୍କାର ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ ହେଁ କିମାର ରୋଚ୍‌ଙ୍କ ଇନ୍‌ସ୍ବିଙ୍ଗରରେ ୱିକେଟ ପଛରେ କ୍ୟାଚ୍ ଦେଇଥିଲେ। ରୋହିତ ୨୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ମାରି ୧୮ ରନ୍ କରିଥିଲେ। ଫର୍ମରେ ଥିବା ବିରାଟ କୋହଲି କ୍ରିଜ୍‌କୁ ଆସିବା ମାତ୍ରେ ଦର୍ଶନୀୟ ଷ୍ଟ୍ରୋକ୍ ଖେଳିଥିଲେ। ଅନ୍ୟ ଓପ୍‌ନର କେ.ଏଲ୍‌. ରାହୁଲ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଫଳରେ ୨ୟ ୱିକେଟ ପାଇଁ ରାହୁଲ-କୋହଲି ୧୫ ଓଭରରୁ ୬୯ ରନ୍ ଯୋଡ଼ିଥିଲେ। ୬୪ ବଲ୍‌ରୁ ୬ଟି ଚୌକା ସହ ୪୮ ରନ୍‌କରି ରାହୁଲ ବିଦାୟ ନେଇଥିଲେ। ଏହାସହ ୪୨ ରନ୍‌ରେ ଭାରତ ୩ଟି ୱିକେଟ ହରାଇଥିଲା। କିମାର ରୋଚ୍ ତାଙ୍କ ୨ୟ ସ୍ପେଲ୍‌ରେ ୨ ଓଭରରେ ଆଉ ୨ଟି ୱିକେଟ ନେଇ ଯାଇଥିଲେ। ବିଜୟ ଶଙ୍କର ପୁଣି ବିଫଳ ହୋଇ ୩ଟି ଚୌକା ସହ ୧୪ ଏବଂ କେଦାର ଯାଦବ ୭ ରନ୍‌କରି ରୋଚ୍‌ଙ୍କ ଶିକାର ହୋଇଥିଲେ। ୧୪୦ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଇନିଂସ ସଜାଡ଼ିବାର ଉଦ୍ୟମ କରିଥିଲେ। ୪୦ ରନ୍‌ ପରେ କୋହଲି ଆଉଟ ହୋଇ ଯାଇଥିଲେ। କୋହଲି ୮୨ ବଲ୍‌ରୁ ୮ଟି ଚୌକା ସହ ୭୨ ରନ୍‌ର ଦର୍ଶନୀୟ ଇନିଂସ ଖେଳିଥିଲେ। ଧୋନି ଓ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ୬ଷ୍ଠ ୱିକେଟ ଭାଗିଦାରୀ ଇନିଂସରେ ସଫଳତମ ଥିଲା। ଦୁହେଁ ୧୦ ଓଭରରେ ୭୦ ରନ୍ ଯୋଡ଼ିଥିଲେ। ହାର୍ଦିକ ପାଣ୍ଡ୍ୟା ପୁଣି ଏକ ଉପଯୋଗୀ ଇନିଂସ ଖେଳି ୩୮ ବଲ୍‌ରୁ ୫ଟି ଚୌକା ସହ ୪୬ ରନ୍ କରିଥିଲେ। ଶେଷ ଓଭରରୁ ୧୬ ରନ୍ ନେଇଥିବା ଧୋନି ୬୧ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୫୬ ରନ୍‌କରି ଅପରାଜିତ ଥିଲେ। ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ୧୫୨ ବଲ୍‌ରୁ ରନ୍ କରିନଥିବା ବେଳେ ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ୧୬୩ଟି ବଲ୍‌ରୁ ରନ୍ କରି ପାରିନଥିଲେ। କିମାର ରୋଚ୍ ୩ଟି ଏବଂ ଜେସନ୍ ହୋଲ୍‌ଡର ଓ ସେଲ୍‌ଡନ କଟ୍ରେଲ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories