www.samajalive.in
Monday, December 15, 2025
17.1 C
Bhubaneswar

ନାଗ ସହ ଅଧଘଣ୍ଟା ଲଢ଼େଇ ; ପୋଷା କୁକୁର ବଞ୍ଚାଇଦେଲା ୫ ଜୀବନ

ମାଲକାନଗିରି : କଥାରେ ଅଛି କୁକୁର ସବୁଠାରୁ ବିଶ୍ୱାସୀ ପ୍ରାଣୀ। ନିଜେ ବିପଦରେ ପଡ଼ି ମଧ୍ୟ ସେ ମାଲିକ ଜୀବନକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥାଏ। ଏଭଳି ଚର୍ଚ୍ଚିତ ଘଟଣା ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ନାକଟି ମନ୍ଦିର ସାହିରେ ଦେଖିବାକୁ ମିଳିଛି। ଗୋଟିଏ ପୋଷା କୁକୁର ନାଗ ସାପକୁ ମାରି ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଜୀବନ ବଞ୍ଚାଇପାରିଛି। ଗୋବିନ୍ଦପାଲ୍ଲି ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଅର୍ଜୁନ କିର୍ସାନୀ ଗତ ତିନିବର୍ଷ ପୂର୍ବେ ଏକ କୁକୁର ଛୁଆ ଆଣି ପୋଷିଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘର ମଧ୍ୟକୁ ଏକ ବିରାଟକାୟ ନାଗ ସାପ ପଶି ଆସୁଥିବାବେଳେ ଗେଲି ନାମକ ପୋଷା କୁକୁରଟି ଘର ଭିତରକୁ ନାଗ ସାପକୁ ଛାଡ଼ି ଦେଇ ନ ଥିଲା। ପ୍ରାୟ ଅଧଘଣ୍ଟାରୁ ଊର୍ଦ୍ଧ୍ବ କାଳ ନାଗ ସାପ ସହ ଲଢ଼େଇ କରି ଶେଷରେ ସାପଟିକୁ କାମୁଡ଼ି ମାରି ଦେଇଥିଲା। କୁକୁର ଚିତ୍କାର ଶୁଣି ପରିବାର ସଦସ୍ୟ ବିଳମ୍ବିତ ରାତିରେ ବାହାରକୁ ଆସିବା ପରେ ନାଗ ସାପଟି ମରି ପଡ଼ିଥିବା ଦେଖିଥିଲେ। ଅନ୍ୟପକ୍ଷରେ ସାପ ବିଷରେ କୁକୁରଟି ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ସେମାନେ ଜାଣିପାରିଥିଲେ। ଘଟଣା ସମ୍ପର୍କରେ ଜାଣିପାରି ପରିବାର ଲୋକେ ତୁରନ୍ତ କୁକୁରଟିକୁ ପଶୁ ଡାକ୍ତରଖାନାକୁ ନେଇ ତାର ଚିକିତ୍ସା କରାଇଥିଲେ। ବର୍ତ୍ତମାନ ମଧ୍ୟ କୁକୁର ଅବସ୍ଥା ଗୁରୁତର ଥିବାବେଳେ ପୋଷା କୁକୁରର ଏଭଳି କାର୍ଯ୍ୟକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories