ଲୁଧିଆନା : ସାମାଜିକ କର୍ମୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ଅଭିଯୋଗରେ ଗିରଫ ଶରଦ କାଲାସକର ଡାଭୋଲକରଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ଡାଭୋଲକରଙ୍କୁ ସେ ଦୁଇଥର ଗୁଳି ଚଳାଇଥିଲା। ପ୍ରଥମେ ପଛପଟୁ ମୁଣ୍ଡକୁ ଗୁଳି କରିଥିଲା। ଡାଭୋଲକର ପଡ଼ିଯିବା ପରେ ତାଙ୍କ ଡାହାଣ ପାଖ କପାଳକୁ ଲକ୍ଷ୍ୟକରି ଅନ୍ୟ ଏକ ଗୁଳି ମାରିଥିଲା ବୋଲି ଶରଦ କହିଛି। ଏଥିସହିତ ସେ ଅନ୍ୟତମ ପ୍ରଖ୍ୟାତ ସାମାଜିକ କର୍ମୀ ତଥା ଲେଖକ ltଗାବିନ୍ଦ ପାନସାରେ ଓ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ସହିତ ସମ୍ପୃକ୍ତ ଥିବା ମଧ୍ୟ ସ୍ବୀକାର କରିଛି। ଏଥି ସହିତ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଜି କୋଲସେ ପାଟିଲ ପରବର୍ତ୍ତୀ ନିଶାଣଥିବା ସେ କହିଛି।
କର୍ଣ୍ଣାଟକ ପୁଲିସର ସୂଚନାନୁଯାୟୀ, ୬୭ବର୍ଷୀୟ ଡାଭୋଲକରଙ୍କୁ ହତ୍ୟା କରିବା ନେଇ ଶରଦର ସ୍ବୀକାରୋକ୍ତି ସମ୍ପର୍କିତ ୧୪ ପୃଷ୍ଠାର ରିପୋର୍ଟ ଅଦାଲତରେ ଦାଖଲ କରାଯାଇଛି। ଡାଭୋଲକରଙ୍କୁ ପୁଣେଠାରେ ୬ ବର୍ଷ ପୂର୍ବେ, ୨୦୧୩ ଅଗଷ୍ଟରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଶରଦକୁ ୨୦୧୮ରେ ଗିରଫ କରାଯାଇଥିଲା। ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ପୁଲିସ ଶରଦର ପଲଘରସ୍ଥିତ ବାସଭବନରେ ଚଢ଼ଉବେଳେ ପିସ୍ତଲ ତିଆରି କାରଖାନା ଠାବ କରିଥିଲା। ଡାଭୋଲକରଙ୍କ ହତ୍ୟା ପରେ ଅନ୍ୟତମ ପ୍ରସିଦ୍ଧ ହେତୁବାଦୀ ଲେଖକ ଗୋବିନ୍ଦ ପାନସାରେଙ୍କୁ ୨୦୧୫ ପେବୃଆରୀ ଓ ଏମ.ଏମ କୁଲବର୍ଗୀଙ୍କୁ ସେହି ବର୍ଷ ଅଗଷ୍ଟରେ ମହାରାଷ୍ଟ୍ରର କୋହ୍ଲାପୁରଠରେ ହତ୍ୟା କରାଯାଇଥିଲା। ପରେ ବେଙ୍ଗାଲୁରୁଠାରେ ସାମ୍ବାଦିକ େଗୗରୀ ଲଙ୍କେଶଙ୍କୁ ହତ୍ୟା କରାଯାଇଥିଲା।
ଶରଦ କାଲାସକରର ସ୍ବୀକାରୋକ୍ତି ; ଡାଭୋଲକରଙ୍କ ମୁଣ୍ଡକୁ ମାରିଥିଲା ଦୁଇଟି ଗୁଳି
Popular Categories



