ସବୁଦିନ ପାଇଁ ଆଣବିକ ପରୀକ୍ଷଣ କେନ୍ଦ୍ର ବନ୍ଦ କରିବେ କିମ୍‍

0

ସିଓଲ୍‍: ଏକଦା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଥିବା ଉତ୍ତରକୋରିଆ ଆଉ ଆଣବିକ ପରୀକ୍ଷଣ କରିବ ନାହିଁ। ଦେଶର ସମସ୍ତ ପରୀକ୍ଷଣସ୍ଥଳକୁ ସବୁଦିନ ପାଇଁ ବନ୍ଦ କରିଦେବ। ଆସନ୍ତା ମାସେ ମଧ୍ୟରେ ଏହି ଯୋଜନା ଚୂଡ଼ାନ୍ତ ରୂପ ନେବ। ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ପାଇଁ କିମ୍‍ ଆମେରିକା ଓ ଦକ୍ଷିଣ କୋରିଆ ଯୁଦ୍ଧାସ୍ତ୍ର ବିଶେଷଜ୍ଞ ଏବଂ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରିଛନ୍ତି। ଗତ ଶୁକ୍ରବାର ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ କିମ୍‍ ଏହି ପଦକ୍ଷେପ ନେଇଛନ୍ତି। କିମ୍‍ଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଉତ୍ତରକୋରିଆର ପ୍ରଯୋଜିତ ଆଣବିକ ପରୀକ୍ଷଣ ବନ୍ଦ ହୋଇଥିଲା। ଏହାର କିଛି ଦିନ ପରେ ପରୀକ୍ଷଣ କେନ୍ଦ୍ର ଭୁଶୁଡ଼ି ପଡ଼ିଥିଲା। ପରୀକ୍ଷଣ କେନ୍ଦ୍ର ଦୁର୍ବଳ ଥିବାରୁ ଅଘଟଣ ଆଶଙ୍କାରେ ପରୀକ୍ଷଣ ବନ୍ଦ କରାଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଆଲୋଚନାକୁ ନେଇ କିମ୍‍ ବିରକ୍ତି ପକ୍ରଶ କରିଛନ୍ତି। ସେଠାରେ ଆହୁରି ଅନେକ ଉଚ୍ଚ କ୍ଷମତାସମ୍ପନ୍ନ ବୃହତ୍‍ ପରୀକ୍ଷଣସ୍ଥଳ ଥିବା କିମ୍‍ କହିଛନ୍ତି।

Leave A Reply