www.samajalive.in
Tuesday, December 9, 2025
26.1 C
Bhubaneswar

ବିଏମ୍‌ସିର ଖିଲାପକାରୀ ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା; ଦିଆଯାଇନି ୭ ଲକ୍ଷର ପାଣି ବିଲ୍‌

ମୁମ୍ବଇ: ଦେଶର ଅନେକ ଭିଭିଆଇପି ସରକାରଙ୍କ ରାଜସ୍ବ ହରିଲୁଟ୍‌ କରି ଚାଲିଛନ୍ତି। ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ୟାବିନେଟ ମନ୍ତ୍ରୀମାନେ ବି ସାମିଲ ଅଛନ୍ତି। ସେମାନଙ୍କ ନାମରେ କୋଟି କୋଟି ଟଙ୍କାର ପାଣି ବିଲ୍‌ ରହିଥିଲେ ହେଁ ତାହା ବକେୟା ପଡ଼ିରହିଛି। ଏହି କ୍ରମରେ ବମ୍ବେ ମହାନଗର ନିଗମ(ବିଏମସି)ର ପାଣି ବିଲ୍‌ ଖିଲାପକାରୀଙ୍କ ତାଲିକାରେ ରହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ମୁମ୍ବଇର ମାଲାବର ହିଲ୍‌ ଅଞ୍ଚଳରେ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ‘ବର୍ଷା’ ଉପରେ ୭ ଲକ୍ଷ ୪୪ ହଜାର ୯୮୧ ଟଙ୍କାର ବିଲ୍‌ ବକେୟା ରହିଛି। ଶକିଲ ଅହମ୍ମଦ ସେଖ୍‌ ନାମକ ଗଣେ ସୂଚନା ଅଧିକାର କର୍ମୀ ଆରଟିଆଇ ବଳରେ ମାଗିଥିବା ତଥ୍ୟରୁ ଜଣାପଡ଼ିଛି।

କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ତାଙ୍କ ମନ୍ତ୍ରିମଣ୍ଡଳର ୧୮ ଜଣ ମନ୍ତ୍ରୀଙ୍କ ବାସଭବନ ଉପରେ ଏହିପରି ଲକ୍ଷାଧିକ ଟଙ୍କାର ପାଣି ବିଲ୍‌ ବାକି ପଡ଼ିଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି ସୁଧୀର ମୁଙ୍ଗାନ୍ତିୱାର, ବିନୋଦ ତାୱଡେ, ପଙ୍କଜ ମୁଣ୍ଡେ, ଏକନାଥ ସିନ୍ଧେ ଏବଂ ରାମଦାସ କଦମ ପ୍ରମୁଖ। ୨୦୦୧ ମସିହାରୁ ଏସବୁ ବାସଭବନର ପାଣି ବିଲ୍‌ ପ୍ରଦାନ କରାଯାଇ ନାହିଁ ବୋଲି ଆରଟିଆଇ ତଥ୍ୟରୁ ସୂଚନା ମିଳିଛି। କିନ୍ତୁ ବିଏମସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ମହାରାଷ୍ଟ୍ର ବର୍ତ୍ତମାନ ଜଳାଭାବ ଏବଂ ମରୁଡ଼ି ପରିସ୍ଥିତି ଦେଇ ଗତି କରୁଥିବାବେଳେ ଏଭଳି ସତ୍ୟ ସାମ୍ନାକୁ ଆସିଛି, ଯାହାକୁ ସାଧାରଣରେ କଡ଼ା ସମାଲୋଚନା କରାଯାଇଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories