ନାବାଳକ ଗାଡି ଚଳାଇବା ଅଭିଯୋଗରେ ୨୬ ଜଣ ଅଭିଭାବକ ଗିରଫ

0

ହାଇଦ୍ରାବାଦ: ଦେଶରେ ନାବାଳକଙ୍କୁ ଗାଡି ଚଳାଇବା ପାଇଁ ଅନୁମତି  ଦିଆଯାଇ ନାହିଁ । ଏଥି ପାଇଁ କେତକ କଟକଣା ରହିଛି । ହେଲେ ଏବେ ନାବାଳକମାନେ କିଛି କଟକଣାକୁ ଖାତିର ନ କରି ଗାଡି ଚଳାଉଛନ୍ତି । ବେପାରୁଆ ଗାଡି ଚାଳନା ଯୋଗୁଁ ଅନେକ ସଡକ ଦୁର୍ଘଟଣା ହେଉଛି । ଏଥିପାଇଁ ହାଇଦ୍ରାବାଦ ପୁଲିସ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି । ଗାଡି ଯାଂଚ ସମୟରେ ନାବାଳକ ଚାଳକ ଧରା ପଡିଲେ ସେମାନଙ୍କର ଦାୟିତ୍ୱ ନେଇଥିବା ଅଭିଭାବକ  ନିଜ ଦାୟିତ୍ୱ ଭୁଲିଯ।ଇ ନାବାଳକଙ୍କୁ ଗାଡି ଚଳାଇବା ପାଇଁ ଦେଉଥିବାରୁ, ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳୁଛି । ବୟସ ହୋଇ ନ ଥିବା ବେଳେ ଗାଡି ଚାଳନା କରୁଥିବା ଏପରି ୨୬ଜଣ ଅଭିଭାବକଙ୍କୁ ଗିରଫ କରାଯାଇଛି । ଏପରି ୨୭୩ଟି ମାମଲା ରୁଜୁ କରାଯାଇଛି ।

prayash

ହାଇଦ୍ରାବାଦରେ ନାବାଳକମାନେ ବେପାରୁଆ ଗାଡି ଚଲାଉଥିବା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇଥିଲା । କିଛିଦନି ତଲେ ଜଣେ ଇଂଜିନିୟରିଂ ଛାତ୍ର ଏକ ପବ୍‌ରେ ପାର୍ଟି  କରିବା ପରେ ପାଦ ଚଲା ରାସ୍ତାରେ ତାଙ୍କର କାର ଚଳାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣେ ଛୋଟ ପିଲା ଗୁରୁତର ହୋଇଥିଲା । ଏହାପରେ ହାଇଦ୍ରାବାଦ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply