www.samajalive.in
Sunday, December 14, 2025
19.1 C
Bhubaneswar

ରେଳଷ୍ଟେସନ୍‍ରୁ ଆଇଏଏସ୍‍

ଚେନ୍ନାଇ: ଆଇଏଏସ୍‍ ୨୦୧୭ ପରୀକ୍ଷାରେ ୧୦୧ ତମ ର୍ୟାଙ୍କ ହାସଲ କରିଛନ୍ତି ଏମ୍‍ ଶିବଗୁରୁ ପ୍ରଭାକରନ୍‍। କିନ୍ତୁ ତାଙ୍କର ଏହି ଯାତ୍ରା ସହଜ ନଥିଲା। ଏକ ଗରିବ ପରିବାରରେ ଜନ୍ମ ନେଇଥିବା ପ୍ରଭାକରନ୍‍ଙ୍କୁ ଏଥିପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। କଣ୍ଟକିତ ରାସ୍ତାକୁ ଅତିକ୍ରମ କରିବା ପରେ ସେ ଏହି ସଫଳତା ପାଇଛନ୍ତି। ପ୍ରଭାକରନ୍‍ଙ୍କ କହିବା ଅନୁଯାୟୀ ପିଲାବେଳୁ ତାଙ୍କର ସ୍ୱପ୍ନ ଥିଲା ଇଞ୍ଜିନିୟର ହେବେ। ମାତ୍ର ଅର୍ଥାଭାବରୁ ଦ୍ୱାଦଶ ପରେ ତାଙ୍କର କଲେଜ୍‍ ଯିବା ବନ୍ଦ ହୋଇଯାଇଥିଲା। ପ୍ରଭାକରନଙ୍କ ବାପା ସବୁବେଳେ ନିଶାସକ୍ତ ରହୁଥିବାରୁ ଘର ଚଳାଇବା ଭାର ପଡ଼ିଥିଲା ତାଙ୍କ ମା’ ଓ ଭଉଣୀଙ୍କ ଉପରେ। ସେମାନେ ନଡ଼ିଆ ବାହୁଙ୍ଗା ଓ ପତ୍ରରୁ ସାମଗ୍ରୀ ତିଆରି କରି ବିକ୍ରି କରୁଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ତାହା ପରିବାର ଚଳାଇବା ପାଇଁ କଷ୍ଟ ଥିଲା। ତେଣୁ ପ୍ରଭାକରନ୍‍ ଏକ କାଠ ଶମିଲ୍‍ରେ କାମ କଲେ। କିଛି ଦିନ କ୍ଷେତିବାଡ଼ି ମଧ୍ୟ କରିଥିଲେ। ସେଥିରୁ ଯାହା କିଛି ମିଳୁଥିଲା ସେଥିରୁ ଘରକୁ କିଛି ଦେଇ ଆଉ କିଛି ନିଜ ପାଇଁ ସଞ୍ଚୟ କରୁଥିଲେ। କିଛି ବର୍ଷ ପରେ ସଞ୍ଚିତ ଅର୍ଥରେ ସାନଭାଇକୁ ଇଞ୍ଜିନିୟରିଂ କଲେଜ୍‍ରେ ନାମ ଲେଖାଇଲେ। ବଡ଼ ଭଉଣୀର ବାହାଘର ଖର୍ଚ୍ଚ ତୁଲାଇବା ପରେ ଯାହା କିଛି ଅର୍ଥ ବଳିଥିଲା ସେଥିରେ ସେ ୨୦୦୮ରେ ଭେଲୋରର ସରକାରୀ ଇଞ୍ଜିନିୟରିଂ କଲେଜ୍‍ରେ ନାମ ଲେଖାଇଲେ। ଏହାପରେ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ଚେନ୍ନାଇ ଗଲେ। ସେହି ସମୟରେ ଅବହେଳିତ ଉତ୍ସାହୀ ଛାତ୍ରଛାତ୍ରୀଙ୍କୁ ବିନାମୂଲ୍ୟରେ ତାଲିମ୍‍ ଦେଉଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ। ପାଠପଢ଼ା ସହିତ ତାଲିମ୍‍ ଏକାସମୟରେ ଚାଲିଲା। ତାଲିମ୍‍ ନେବା ପାଇଁ ଚେନ୍ନାଇ ଯାଉଥିବା ବେଳେ ରାତିରେ ସେ ଷ୍ଟିଫାନ୍‍ ଥୋମାସ୍‍ ମାଉଣ୍ଟ ରେଳଷ୍ଟେସନ୍‍ରେ ଶୋଉଥିଲେ। ପାଠପଢ଼ା ଓ ଯିବା ଆସିବା ଖର୍ଚ୍ଚ ଭରଣା ପାଇଁ ଏକ ମୋବାଇଲ୍‍ ରିଚାର୍ଜ ଦୋକାନରେ କାମ କଲେ। ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ସବୁବେଳେ ସୁଫଳ ଦିଏ। ଏହାକୁ ସାବ୍ୟସ୍ତ କରିଥିଲେ ପ୍ରଭାକରନ। ଶେଷରେ ଆଇଆଇଟି ପ୍ରବେଶିକାରେ କୃତକାର୍ଯ୍ୟ ହୋଇ ୨୦୧୪ରେ ଏମ୍‍ଟେକ୍‍ରେ ଗୋଲ୍ଡମେଡାଲ୍‍ ହାସଲ କଲେ। ଏହାପରେ ତାମିଲନାଡ଼ୁ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍‍ଙ୍କ ପ୍ରରୋଚନାରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories