www.samajalive.in
Wednesday, December 10, 2025
15.1 C
Bhubaneswar

ପ୍ରାକ୍‍ ବଜେଟ୍‍ ଆଲୋଚନାରେ ଯୁବ ଦକ୍ଷତା ଓ ନିଯୁକ୍ତି ବୃଦ୍ଧି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବା ଭଳି ସାମାଜିକ ମୌଳିକ ଢାଞ୍ଚା କ୍ଷେତ୍ରରେ ସରକାରୀ ପୁଞ୍ଜିନିବେଶ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି, ସରକାର ଶିକ୍ଷାର ମାନ ବୃଦ୍ଧି, ଯୁବକମାନଙ୍କ ଦକ୍ଷତା ବୃଦ୍ଧି, ନିଯୁକ୍ତି ସୁଯୋଗ ବୃଦ୍ଧି, ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଓ ମାନବସମ୍ବଳ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଶୁକ୍ରବାର ନୂଆଦିଲ୍ଲୀରେ ସାମାଜିକ କ୍ଷେତ୍ରର ଗୋଷ୍ଠୀଗୁଡ଼ିକ ସହ ପ୍ରାକ୍‍ ବଜେଟ୍‍ ଆଲୋଚନା ସମୟରେ ସେ ଏହା କହିଛନ୍ତି।

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି, ଆଲୋଚନାରେ ସ୍ୱାସ୍ଥ୍ୟ, ଶିକ୍ଷା, ବେସରକାରୀ ଓ ସରକାରୀ ଶିକ୍ଷାନୁଷ୍ଠାନ, ସାମାଜିକ ସୁରକ୍ଷା, ପେନ୍‍ସନ୍‍ ଓ ମାନବସମ୍ବଳ ବିକାଶ ଆଦି ସ୍ଥାନ ପାଇଥିଲା। ସାମାଜିକ କ୍ଷେତ୍ରର ଗୋଷ୍ଠୀଗୁଡ଼ିକ ପକ୍ଷରୁ ଅନେକ ପ୍ରସ୍ତାବ ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ଶିକ୍ଷା ଉପରେ ଅଧିକ ଆଲୋକପାତ ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ସ୍ୱାସ୍ଥ୍ୟରକ୍ଷା ଏବଂ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ସହରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ୍‍ ପ୍ରଭୃତି ସ୍ଥାନ ପାଇଛି। ଶିଶୁ, ଗର୍ଭବତୀ ମହିଳା ଓ ସେମାନଙ୍କ ପାଇଁ ମାଗଣା ଚିକିତ୍ସା ଓ ଔଷଧ ବାବଦରେ ବଜେଟ୍‍ ଅର୍ଥ ବୃଦ୍ଧି କରାଯିବାକୁ ପ୍ରସ୍ତାବମାନ ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories