www.samajalive.in
Sunday, December 7, 2025
14.1 C
Bhubaneswar

ଗୁରୁବାର କରନ୍ତୁ ମା’ ଅନ୍ନପୂର୍ଣ୍ଣଙ୍କ ପୂଜା, ଦୂର ହେବ ଦାରିଦ୍ର୍ୟତା

ସଂସାରର ଅନ୍ନଦାତ୍ରୀ ହେଉଛନ୍ତି ମା’ ଅନ୍ନପୂର୍ଣ୍ଣ । ମା’ ଅନ୍ନପୂର୍ଣ୍ଣଙ୍କ କୃପାରୁ ସଂସାରର ସମସ୍ତ ପ୍ରାଣୀ ଭୋଜନ ପାଉଛନ୍ତି । ଭଗବାନ ବିଷ୍ଣୁ ସୃଷ୍ଟିର ପାଳନକର୍ତ୍ତା ହୋଇଥିବା ବେଳେ ପ୍ରଭୁ ମହେଶ୍ବର ମଧ୍ୟ ସଂସାରକୁ ନିଜ ପରିବାର ଭଳି ନିୟନ୍ତ୍ରଣ କରିଥାଆନ୍ତି । ସେହିପରି ଏହି ସୃଷ୍ଟି ରୂପକ ପରିବାରର ଗୃହସ୍ଥି ମା’ ଅନ୍ନପୂର୍ଣ୍ଣ ପରିଚଳାନ କରିଥାଆନ୍ତି । ମା’ ଅନ୍ନପୂର୍ଣ୍ଣଙ୍କ ଉପାସନା କରିବା ଦ୍ବାରା ସୁଖ, ସମୃଦ୍ଧି, ସମ୍ପନ୍ନତା ଏବଂ ସନ୍ତୋଷ ପ୍ରାପ୍ତି ହୋଇଥାଏ । ଏହା ସହ ବୈରାଗ୍ୟ ଏବଂ ଆର୍ଶିବାଦ ମିଳିଥାଏ ।

ଜାତକରେ ଦରିଦ୍ର ଯୋଗ ଓ ଗୁରୁ ଚଣ୍ଡାଳ ଯୋଗ ଥିଲେ ମା’ ଅନ୍ନପୂର୍ଣ୍ଣଙ୍କ ଉପାସନା ଅବଶ୍ୟ କରନ୍ତୁ । ଯଦି ଜାତକରେ ଶନି ପଞ୍ଚମ, ଅଷ୍ଟମ ବା ଦ୍ବାଦଶ ସ୍ଥାନରେ ଥାଏ ତେବେ ମା’ ଅନ୍ନପୂର୍ଣ୍ଣଙ୍କ ଉପାସନା କରିବା ଦ୍ବାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।

- Advertisement -

ଦାରିଦ୍ର୍ୟତା ଦୂର ପାଇଁ ଏହି ଉପାୟରେ କରନ୍ତୁ ମା’ ଅନ୍ନଦାତ୍ରୀଙ୍କ ପୂଜା

ମା’ ଅନ୍ନଦାତ୍ରୀଙ୍କୁ ପ୍ରତିଦିନ ନଚେତ୍ କେବଳ ଗୁରୁବାର ଦିନ ଅବଶ୍ୟ ପୂଜା କରନ୍ତୁ ।
ମା’ ଅନ୍ନଦାତ୍ରୀ ଫଟୋ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ ।
ଏହା ସହ ମା’ ଅନ୍ନଦାତ୍ରୀଙ୍କୁ ସମ୍ପର୍ଣ୍ଣ ଭୋଜନ ଭୋଗ ଲଗାନ୍ତୁ ।
ହେଲେ ଧ୍ୟାନ ରଖନ୍ତୁ ମା’ଙ୍କ ନିକଟରେ ଭୋଗ ଲଗାଇବା ପୂର୍ବରୁ ଘରର କୌଣସି ସଦସ୍ୟ ଯେପରି ଭୋଜନ ଗ୍ରହଣ କରିନଥିବେ ।
ଅନ୍ନପୂର୍ଣ୍ଣ ସ୍ତୋତ୍ର ପାଠ କରନ୍ତୁ ଏବଂ ଏହା ପରେ ମା’ଙ୍କ ନିକଟରେ ଅର୍ପଣ କରିଥିବା ଭୋଗକୁ ପ୍ରସାଦ ରୂପେ ଗ୍ରହଣ କରନ୍ତୁ ।

ମା’ ଅନ୍ନପୂର୍ଣ୍ଣ ଦେବୀଙ୍କ ପୂଜା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ  

ମା’ ଅନ୍ନପୂର୍ଣ୍ଣ ଦେବୀଙ୍କୁ ପ୍ରାତଃ କାଳରେ ଏବଂ ସଂଧ୍ୟା କାଳରେ ପୂଜା କରିବା ଉଚିତ୍ ।
ପୂଜା ସମୟରେ ଧଳା, ନାଲି ଏବଂ ହଳଦୀଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ପୂଜା ସମୟରେ ମା’ଙ୍କ ଦୂବ ଘାସ ଅର୍ପଣ କରନ୍ତୁ ।
ମା’ଙ୍କ ମନ୍ତ୍ର ଜପ କରିବା ସମୟରେ ଭୁଲରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ ।
ଘରର ମହିଳା ମାନଙ୍କୁ ସମ୍ମାନ ଦିଅନ୍ତୁ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories