www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ଆଶଙ୍କା

ଟ୍ରେଣ୍ଟ ବ୍ରିଜ୍ : କ୍ରିକେଟ୍ ବିଶ୍ବକପ୍‌ରେ ଆସନ୍ତା ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ତେବେ ଏହି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇପାରେ ବୋଲି ଆଶଙ୍କା କରାଯାଉଛି। ଗୁରୁବାର ଟ୍ରେଣ୍ଟ ବ୍ରିଜ୍‌ରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ବାତିଲ ହେବା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ବର୍ଷା ଯୋଗୁଁ ସଂପୂର୍ଣ୍ଣ ମ୍ୟାଚ୍ ଧୋଇ ହୋଇଯିବ ନାହିଁ ଏବଂ କମ୍‌ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯିବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ସୂଚନାଥାଉକି ଇଂଲଣ୍ଡର ଅଧିକାଂଶ ଭାଗରେ ଗତ ୨ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସେଠାକାର ପାଣିପାଗ ବିଭାଗ ତରଫରୁ ଭବିଷ୍ୟବାଣୀ କ ରାଯାଇଛି। ଟ୍ରେଣ୍ଟ୍‌ ବ୍ରିଜ୍‌ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଯାତାୟାତରେ ଅସୁବିଧା ଉପୁଜିପାରେ ବୋଲି କୁହାଯାଇଛି। ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ସମୟରେ ମଧ୍ୟ ବର୍ଷା ହେବା ଆଶଙ୍କା କରାଯାଉଛି। ଆସନ୍ତା ରବିବାର ମାଞ୍ଚେଷ୍ଟରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ସେହି ସମୟରେ ମାଞ୍ଚେଷ୍ଟରରେ ବିକ୍ଷିପ୍ତ ଭାବେ ବର୍ଷା ହେବ ବୋଲି ଇଂଲଣ୍ଡ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ସୂଚନାଥାଉକି ବର୍ଷା ଯୋଗୁଁ ଚଳିତ ବିଶ୍ବକପ୍‌ରେ ବେଶ୍‌ କିଛିସଂଖ୍ୟକ ମ୍ୟାଚ୍‌ ବାତିଲ ହୋଇସାରିଛି। ଇଂଲଣ୍ଡର ପାଣିପାଗ ପରିବର୍ତ୍ତନଶୀଳ। ପାଗ ଠିକ୍‌ ଥିବା ବେଳେ ହଠାତ୍‌ ପ୍ରବଳ ବର୍ଷା ହେବାର ଅନେକ ନଜିର୍‌ ରହିଛି।

Hot this week

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

Related Articles

Popular Categories