ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ଦୋଷୀ ନଳିନୀଙ୍କ ଆବେଦନ ଖାରଜ

0

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ନଳିନୀ ଶ୍ରୀହରନ୍‍ କାରାଗାରରୁ ଶୀଘ୍ର ମୁକୁଳିବା ପାଇଁ କରିଥିବା ଏକ ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏ ସମ୍ବନ୍ଧୀୟ ଅନ୍ୟ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ହାଇକୋର୍ଟ ଏହି ଆବେଦନ ଉପରେ ବିଚାର କରିପାରିବେ ନାହିଁ ବୋଲି ୨୦୧୭ରେ ତାମିଲନାଡୁ ସରକାର ଯୁକ୍ତି ଦର୍ଶାଇଥିଲେ। ଏଥିସହ ଉପ ଶାସନ ସଚିବ ନଳିନୀଙ୍କ ଆବେଦନକୁ ଚ୍ୟାଲେଞ୍ଜ କରି ଆଉ ଏକ ଆବେଦନ କରିଥିଲେ। କିନ୍ତୁ ରାଜୀବଙ୍କ ହତ୍ୟାକାରୀଙ୍କୁ ପରିବାର ଲୋକେ ସମ୍ପୂର୍ଣ୍ଣ କ୍ଷମା କରିଦେଇଛନ୍ତି ବୋଲି ତାଙ୍କ ପୁତ୍ର ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିକଟରେ କହିଥିଲେ। ୧୯୯୧ ମେ ୨୧ରେ ଶ୍ରୀପେରୁମ୍ବୁଦୁର ନିକଟରେ ଏକ ଆତ୍ମଘାତୀ ବିସ୍ଫୋରଣରେ ରାଜୀବଙ୍କୁ ହତ୍ୟା କରାଯାଇଥିଲା।

Leave A Reply