ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଆହ୍ୱାନ

0

ପ୍ୟାରିସ : ଏକବିଂଶ ଶତାବ୍ଦୀରେ ଆତଙ୍କବାଦ ସମଗ୍ର ବିଶ୍ୱପାଇଁ ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି । ତେଣୁ ଯେଉଁ ଦେଶ ଆତଙ୍କବାଦକୁ ସାହାଯ୍ୟ, ସମର୍ଥନ ଓ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଭାରତ ଆହ୍ୱାନ ଦେଇଛି । ଡାଏଶ୍‍ ଓ ଅଲ୍‍ କାଏଦା ଭଳି ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ଆର୍ଥିକ ସହାୟତା ବିରୁଦ୍ଧରେ ସଂଗ୍ରାମ ସଂକ୍ରାନ୍ତ ପ୍ୟାରିସ୍‍ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‍.ଜେ. ଆକବର ଏହା କହିଛନ୍ତି । ଆତଙ୍କବାଦର ଜୀବନ ରେଖା କୁହାଯାଉଥିବା ସେମାନଙ୍କର ପାଣ୍ଠିର ଉତ୍ସକୁ ନଷ୍ଟ କରିବାରେ ବିଶ୍ୱସ୍ତରରେ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଶ୍ରୀ ଆକବର କହିଛନ୍ତି ।

ଏହି ଦୁଇ ଦିନିଆ ସମ୍ମିଳନୀରେ ଭାରତ ସମେତ ୮୦ଟି ଦେଶ ଅଂଶ ଗ୍ରହଣ କରିଛନ୍ତି।

Leave A Reply