www.samajalive.in
Tuesday, December 9, 2025
16.1 C
Bhubaneswar

ସୁପ୍ରିମୋ ଚାହିଁଲେ ବାପା ଫେରିବେ : ସମ୍ବିତ ରାଉତ

ଭୁବନେଶ୍ୱର : ଡାକ୍ତର ଦାମୋଦର ରାଉତଙ୍କ ରାଜନୈତିକ ଜୀବନକୁ ନେଇ ଭିନ୍ନ ଆକଳନ କରିଛନ୍ତି ପୁଅ ସମ୍ବିତ ରାଉତ । ଦାମ ବାବୁ ଜଣେ ପରିପକ୍ୱ ନେତା, ସେ କୌଣସି ବର୍ଜନୀୟ ବ୍ୟକ୍ତି ବିଶେଷ ନୁହଁନ୍ତି । ମୁଁ ଅନୁମାନ କରୁଛି ବାପା ବିଜେପି ଯାଇ ଖୁସୀ ନାହାନ୍ତି । ବାପାଙ୍କ ବିଜେଡି ଫେରିବା ପ୍ରଶ୍ନର ଉତ୍ତର ରଖି ପୁଅ ସମ୍ବିତ କହିଛନ୍ତି ଯେ, ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ । ଦଳର ସୁପ୍ରିମୋ ଚାହିଁଲେ ବାପା ବିଜେଡିକୁ ଫେରିପାରନ୍ତି । ବାପା ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ହଠାତ୍ ବିଜେପିରେ ମିଶିବାକୁ ଲୋକେ ଗ୍ରହଣ କଲେ ନାହିଁ । ନିର୍ବାଚନରେ ପରାଜୟ ବାପାଙ୍କ ବ୍ୟକ୍ତିତ୍ବରେ ପ୍ରଭାବ ପକାଇବ ନାହିଁ ବୋଲି ଦାମ ରାଉତଙ୍କ ପୁଅ ତଥା ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତ ଗଣମାଧ୍ୟମକୁ କହିଛନ୍ତି । ସମ୍ବିତ ରାଉତଙ୍କ ଏହି ବୟାନ ପରେ ଦାମ ରାଉତ ପୁଣି ବିଜେଡି ଫେରିବାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ଅନ୍ୟ ପକ୍ଷରେ ନିଜ ପୁଅର ବୟାନରେ ପ୍ରତିକ୍ରିୟା ରଖି ଡାକ୍ତର ରାଉତ କହିଛନ୍ତି, ଯେଉଁ ଦଳ ମୋତେ ଆପଣାଇଛି,ସମ୍ମାନର ସହ ଗ୍ରହଣ କରିଛି ବୋଲି କହିଛନ୍ତି । ମୁଁ ସେଠାରେ ଖୁସୀରେ ନାହିଁ ବୋଲି ପୁଅ କେମିତି ଜାଣିଲା, ତେବେ ଏ କଥା ପୁଅ ନୁହେଁ ବରଂ ବିଜେଡି ବିଧାୟକ କହିଛନ୍ତି ବୋଲି ଦାମ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ବିବାଦୀୟ ମନ୍ତବ୍ୟ ଦେଇ ଦାମ ରାଉତ ବିଜେଡିରୁ ବହିଷ୍କୃତ ହୋଇଥିଲେ । ପରେ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ଦଳ ବିଜେପିରେ ଯୋଗ ଦେଇଥିଲେ । ଚଳିତ ନିର୍ବାଚନରେ ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢ଼ି ଦାମ ରାଉତ ପରାଜିତ ହୋଇଛନ୍ତି।

ଶୁକ୍ରବାର ପରାଦ୍ବୀପ ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ଗଣମାଧ୍ୟମରେ କହୁ କହୁ.. କହିଦେଲେ ଯେ ବିଜେଡି ସୁପ୍ରିମୋ ଚାହିଁଲେ ବାପା ବିଜେଡିକୁ ଫେରିବେ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories