www.samajalive.in
Tuesday, December 9, 2025
26.1 C
Bhubaneswar

ମୁମ୍ବଇରେ କ୍ରିକେଟରଙ୍କୁ ହତ୍ୟା, ବାନ୍ଧବୀ ଅଟକ

ମୁମ୍ବଇ: ମୁମ୍ବଇର ଭାଣ୍ଡୁପ ଅଞ୍ଚଳରେ ରାକେଶ ପାୱାର ନାମକ ଜଣେ କ୍ରିକେଟରଙ୍କୁ ହତ୍ୟା କରାଯାଇଛି। ଗୁରୁବାର ରାତି ପ୍ରାୟ ୧୨ଟାରେ ୩ ଜଣ ଦୁର୍ବୃତ୍ତ ରାକେଶଙ୍କୁ ଛୁରାମାଡ଼ କରିବା ସହ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ରାକେଶ ଭାଣ୍ଡୁପର ମହାବୀର ପେଟ୍ରୋଲ ପମ୍ପରେ ଗାଡ଼ିରେ ପେଟ୍ରୋଲ ପକାଇ ଟଙ୍କା ଦେଉଥିବାବେଳେ ଏହି ଆକ୍ରମଣ କରାଯାଇଥିଲା। ଆକ୍ରମଣ ସମୟରେ ରାକେଶ ତାଙ୍କ ବାନ୍ଧବୀଙ୍କ ସହିତ ଏକ ବାଇକରେ କେଉଁଆଡେ ଯିବାକୁ ବାହାରିଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ରାକେଶ ପେଶାରେ ଜଣେ କ୍ରିକେଟର ଥିଲେ। ଅନେକ ବର୍ଷ ଧରି ସେ ଜିଲାସ୍ତରରେ ଖେଳିଆସୁଥିଲେ। ଏଥିସହ ପିଲାମାନଙ୍କୁ କ୍ରିକେଟ କୋଚିଂ ଦେଉଥିଲେ। ଏହି ଘଟଣାରେ ବାନ୍ଧବୀଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର ଅଛନ୍ତି। କୁହାଯାଉଛି ଯେ, ପୁଲିସ ଯେଉଁ ଯୁବତୀଙ୍କୁ ଅଟକ ରଖିଛି ତାଙ୍କ ସହିତ ରାକେଶଙ୍କର ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ରାକେଶ ପୂର୍ବରୁ ବିବାହିତ ଏବଂ ତାଙ୍କର ୨ଟି ସନ୍ତାନ ଅଛନ୍ତି ବୋଲି ପୁଲିସ ଜାଣିବାକୁ ପାଇଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories