www.samajalive.in
Monday, December 15, 2025
27.1 C
Bhubaneswar

ଦଳିତଙ୍କୁ ପିଟି ହତ୍ୟା ମାମଲା; ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲାର ସ୍ବତନ୍ତ୍ର କୋର୍ଟ ଜଣେ ଦଳିତ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ୧୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୨ ଜଣ ଉଚ୍ଚ ଜାତିର। ୨୦୧୭ ସେପ୍ଟେମ୍ବରରେ ଏହି ଘଟଣା ଘଟିଥିଲା। ଘଟଣାର କିଛିଦିନ ପୂର୍ବରୁ ସରପଞ୍ଚ ପ୍ରବୀଣ ଶର୍ମାଙ୍କ ନେତୃତ୍ଵରେ ଉଚ୍ଚ ଜାତିର ଲୋକମାନେ ନୀଲମ ଅହିରୱାରଙ୍କ ବିରୋଧରେ ୨ଟି ଅଭିଯୋଗ ଆଣିଥିଲେ। ନୀଲମ ଗୁନା ସହରରୁ ୨୦ କିଲୋମିଟର ଦୂର ଏକ ଗାଁରୁ ଟ୍ରାକ୍ଟର ଚୋରି କରିଥିବାବେଳେ ମହୁଖାନ ଗ୍ରାମ ପଞ୍ଚାୟତ ଭବନରୁ ୧୫ କି.ଗ୍ରା. ଖାଦ୍ୟ ସାମଗ୍ରୀ ଚୋରି କରିଥିବା  ଅଭିଯୋଗ ହୋଇଥିଲା। ଫଳରେ ସେପ୍ଟେମ୍ବର ୧୫ରେ ପୁଲିସ ତାଙ୍କୁ ଗିରଫ କରିଫ କରିଥିଲା। କିନ୍ତୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି କୋର୍ଟ ଦର୍ଶାଇବା ସହ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସେ ଜାମିନରେ ଆସି ଘରେ ପହଞ୍ଚିବା କ୍ଷଣି ତାଙ୍କ ଉପରେ ଆକ୍ରମଣ ହୋଇଥିଲା। କେତେଜଣ ଉଚ୍ଚ ଜାତିର ଲୋକ ତାଙ୍କୁ ଘରୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ତାଙ୍କ ପତ୍ନୀ ଆହତ ହୋଇଥିଲେ। ଏହି ମାମଲାରେ କୋର୍ଟ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories