www.samajalive.in
Thursday, December 11, 2025
14.1 C
Bhubaneswar

କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଆତଙ୍କବାଦୀ ଲିଙ୍କ୍‌ ଧରାପଡ଼ିଲା, ମଧ୍ୟସ୍ଥ ସାଜିଥିଲେ ପାକ୍‌ ସେନା ଅଧିକାରୀ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହିତ କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଲିଙ୍କ୍‌ ଧରାପଡ଼ିଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସମ୍ପୃକ୍ତ ବିଚ୍ଛିନ୍ନତାବାଦୀ ନେତା ଆସିୟା ଆନ୍ଦ୍ରାବିଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି। ଏହି ମହିଳା ବିଚ୍ଛିନ୍ନତାବାଦୀ ନେତା ଏବଂ ତାଙ୍କ ସହଯୋଗୀମାନେ ପାକ୍‌ ସେନାର ଜଣେ ଅଧିକାରୀଙ୍କ ଜରିଆରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ଏବଂ ଜମାତ-ଉଦ-ଦାୱା ମୁଖ୍ୟ ହଫିଜ ସୟିଦଙ୍କ ସହିତ ସମ୍ପର୍କ ରଖିଥିଲେ। ଏପରି କି ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସେମାନଙ୍କୁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇ ପାଣ୍ଠି ଯୋଗାଉଥିଲା ବୋଲି ଆସିୟା ପଚରାଉଚରା ବେଳେ କହିଛନ୍ତି।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ, ଆସିୟା ଏବଂ ଶବିର ଶାହଙ୍କୁ ଗତ ମଙ୍ଗଳବାର ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ୧୦ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ଏବେ ଦିଲ୍ଲୀର ତିହାର ଜେଲ୍‌ରେ ରହିଛନ୍ତି।

- Advertisement -

ଆସିୟା ହେଉଛନ୍ତି ଦୁଖତରନ-ଏ-ମିଲତ ସଂଗଠନର ପ୍ରତିଷ୍ଠାତା। ଭାରତ ବିରୋଧରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ପୂର୍ବରୁ ୨୦୧୮ରେ ତାଙ୍କୁ ଗିରଫ କରାଯାଇଥିଲା। ୪ବର୍ଷ ତଳେ ସେ ଶ୍ରୀନଗରରେ ପାକିସ୍ତାନ ପତାକା ଉଡ଼ାଇବା ଏବଂ ପାକ୍‌ ଜାତୀୟ ସଙ୍ଗୀତ ଗାନ କରି ଚର୍ଚ୍ଚାକୁ ଆସିଥିଲେ।

ଏନଆଇଏ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଚ୍ଛିନ୍ନତାବାଦୀ ଏବଂ ଲଶ୍କର ମୁଖ୍ୟ ହାଫିଜ ସୟିଦଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥିବା ପାକ୍‌ ସେନା ଅଧିକାରୀ ଜଣକ ଆସିୟାଙ୍କ ପୁତୁରା। ଏହା ସହିତ ପାକ୍‌ ସେନାର ଅନ୍ୟ କେତେଜଣ ଅଧିକାରୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସଆଇ ସହିତ ତାଙ୍କର ଘନିଷ୍ଠତା ରହିଛି। ଦୁବାଇ ଏବଂ ସାଉଦି ଆରବରେ ରହୁଥିବା ଆସିୟାଙ୍କ କେତେଜଣ ସମ୍ପର୍କୀୟ ଭାରତୟରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ପାଇଁ  ପାଣ୍ଠି ଯୋଗଉଥିବା ତଦନ୍ତରୁ ଜଣାପଡ଼ିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories