www.samajalive.in
Wednesday, December 10, 2025
26.1 C
Bhubaneswar

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ କେଶ ପାଇଁ କଣ୍ଡିସନର

ସୁସ୍ଥ, ଘନ ଓ ଲମ୍ବା କେଶ ସଭିଁଙ୍କୁ ବେଶ ପସନ୍ଦ। ଏହି କାରଣରୁ ବଜାରରେ ମିଳୁଥିବା କେଶ ପାଇଁ ବହୁ ଦ୍ରବ୍ୟ ଝିଅମାନେ ବ୍ୟବହାର କରିଥାଆନ୍ତି। ମାତ୍ର ବଜାରରେ ମିଳୁଥିବା ବିଭିନ୍ନ ଦ୍ରବ୍ୟ କେମିକାଲ ଯୁକ୍ତ ହୋଇଥିବାରୁ ଏହା କେଶ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପାୟରେ ପ୍ରସ୍ତୁତ କଣ୍ଡିସନର ବ୍ୟବହାର କରିପାରିବେ। ଏହି କଣ୍ଡିସନର ପ୍ରାକୃତିକ ହୋଇଥିବାରୁ କେଶ ପାଇଁ କ୍ଷତିକାରକ ହୋଇନଥାଏ। କେଶକୁ କୋମଳ, ରେଶମୀ କରିବା ସହ କେଶ ସମ୍ବନ୍ଧୀୟ ବହୁ ସମସ୍ୟା ଦୂର କରିଥାଏ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କେଶ ପାଇଁ କିଭଳି କଣ୍ଡିସନର ପ୍ରସ୍ତୁତ କରିବା….
ଆବଶ୍ୟକ ସାମଗ୍ରୀ-
କଦଳୀ -୧ଟି
ମହୁ – ୨ ଚାମଚ
ଅମୃତଭଣ୍ଡା – ୪ ରୁ ୫ ଖଣ୍ଡ
ପ୍ରସ୍ତୁତ ପ୍ରଣାଳୀ – କଦଳୀ, ଅମୃତଭଣ୍ଡା ଓ ମହୁକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ପାତ୍ରକୁ କାଢି କେଶ ମୂଳରେ ଭଲ ଭାବେ ମାଲିସ କରି ଏହାକୁ କେଶରେ ଲଗାଇ ୨ ଘଣ୍ଟା ରଖନ୍ତୁ। ୨ ଘଣ୍ଟାପରେ ପ୍ରଥମେ ପାଣିରେ ଧୋଇ ୫ମିନିଟ ପରେ ସାମ୍ପୁ କରି ଦିଅନ୍ତୁୁ। ଏଭଳି ସପ୍ତାହକୁ ୨ଥର ଲଗାଇଲେ ଆପଣ ଏହାର ଚର୍ମକାରିତା ନିଜେ ଅନୁଭବ କରିପ।ରିବେ।
କଦଳୀରେ ଫୋଲିକ ଏସିଡ଼ ଥିବାରୁ ଏହା ଧୂଳିମାଟି, ପ୍ରଦୂଷଣରୁ କେଶକୁ ରକ୍ଷା କରିଥାଏ।
କଦଳୀରେ ପୋଟାସିୟମ ଥିବାରୁ ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷଣ ପ୍ରଦାନ କରିଥାଏ। ଯାଦ୍ୱାରା କେଶର ବହୁ ସମସ୍ୟା ଦୂର ହୋଇଥାଏ।
ଏତଦ୍‍ ବ୍ୟତୀତ କଦଳୀରେ ବହୁ ଭିଟାମିନ, ମିନେରାଲ୍ସ ଥିବାରୁ ଏହାର କେଶ ମୂଳକୁ ମଜଭୂତ କରିବା ସହ ରକ୍ତ ସଞ୍ଚାଳନ ସଠିକ ଭାବେ ହେବାରେ ସାହାଯ୍ୟ କରିଥାଏ। ରୂପି ସମସ୍ୟାକୁ ମଧ୍ୟ ଦୂର କରେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories