www.samajalive.in
Monday, December 15, 2025
17.1 C
Bhubaneswar

ଆଜିଠାରୁ +୨ ନାମଲେଖା ଆବେଦନ

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷ +୨ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କନିଷ୍ଠ ମହାବିଦ୍ୟାଳୟ)ସେଲ୍ଫ ଫାଇନାନ୍‌ସିଂ କଲେଜ, ଉପଶାସ୍ତ୍ର ଓ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ ବିଦ୍ୟାର୍ଥୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଗୁରୁବାର ପୂର୍ବାହ୍ନ ୧୧ଟାରୁ www.samodisha.gov.in ୱେବ୍‌ସାଇଟ୍‌କୁ ଲଗ୍‌ଇନ୍‌ କରି ବିଦ୍ୟାର୍ଥୀ ଆବେଦନ କରିପାରିବେ। ଜୁନ୍‌ ୨୦ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୧ ତାରିଖ ସୁଦ୍ଧା କ୍ୟାଫ୍‌ର(ହାର୍ଡ କପି) ପ୍ରିଣ୍ଟ କପି ସହ ଆବଶ୍ୟକ କାଗଜପତ୍ର ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁନ୍‌ ୨୬ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ପ୍ରକାଶ ପାଇବ। ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍‌ ୨୮ରୁ ଜୁଲାଇ ୨ ମଧ୍ୟରେ ଧାର୍ଯ୍ୟ ତାରିଖରେ ନାମ ଲେଖାଇପାରିବେ। ଜୁଲାଇ ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖା ହେବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନାମଲେଖା ତାଲିକା ନି ୟମିତ ଭାବେ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ। ଜୁଲାଇ ୧୬ରେ ଖାଲିଥିବା ସିଟ୍‌ ତାଲିକା ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ। ପରେ ୨୮ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ। ଯୋଗ୍ୟ ବିଦ୍ୟାର୍ଥୀ ୨୦ରୁ ୨୨ ମଧ୍ୟରେ ସ୍ପଟ୍‌ରେ ନାମ ଲେଖାଇପାରିବେ। ଜୁଲାଇ ୨୪ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories