www.samajalive.in
Sunday, December 14, 2025
15.1 C
Bhubaneswar

ସୁନ୍ଦରଗଡ଼ ଜିଲାରେ ବନ୍ଦ ହେବ ୪୪ ବିଦ୍ୟାଳୟ !

ସୁନ୍ଦରଗଡ଼ : ୧୭ବର୍ଷ ପୂର୍ବେ ବିଦ୍ୟାଳୟରେ ନାମ ଲେଖାଇ ନଥିବା ୬ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ପ୍ରାଥମିକ ଶିକ୍ଷା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ହଜାର ହଜାର ନିଶ୍ଚିତ ଶିକ୍ଷା କେନ୍ଦ୍ର ଖୋଲାଯାଇଥିଲା । ଯଦ୍ବାରା ପ୍ରତି ଗାଁର ପଡ଼ା ପଡ଼ାରେ ବିଦ୍ୟାଳୟମାନ ଖୋଲାଗଲା ଏବଂ ସେଥିରେ ଶିକ୍ଷା ସେବୀ ରଖାଯାଇ ଶିକ୍ଷାଦାନ କରାଗଲା । ୨୦୦୮ ମସିହାରେ ସେଥିରୁ ଅଧିକାଂଶୁ କେନ୍ଦ୍ରକୁ ବନ୍ଦ କରି ଦିଆଯାଇ ୨୦ରୁ ଅଧିକ ଛାତ୍ରଛାତ୍ରୀଥିବା କେନ୍ଦ୍ର ଗୁଡ଼ିକୁ ପ୍ରକଳ୍ପ ବିଦ୍ୟାଳୟ ଭାବେ ନାମିତ କରାଗଲା । ବର୍ତ୍ତମାନ ବିଗତ ୧୦ ବର୍ଷ ମଧ୍ୟରେ ସରକାରୀ ଓ ଘରୋଇ ବିଦ୍ୟାଳୟ ମଧ୍ୟରେ ଯେଉଁଭଳି ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଛି ସେଥିରେ ପ୍ରତିବର୍ଷ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇବାରେ ପରିଲିକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗତ ୨/୩ବର୍ଷ ହେଲା ୧୦ ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବାରେ ଲାଗିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଦ୍ୟାଳୟ ଗୁଡ଼ିକରେ ବର୍ତ୍ତମାନ ତାଲା ପଡ଼ିବ । ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ପାଇବାରେ ଅନେକ କାରଣ ମଧ୍ୟରେ ଶିଶୁ ଶ୍ରେଣୀ ହେଉଛି ଏକ ପ୍ରମୁଖ କାରଣ । ସରକାରୀ ବିଦ୍ୟାଳୟରେ ଶିଶୁ ଶ୍ରେଣୀର ବ୍ୟବସ୍ଥା ନ ଥିବା ଯୋଗୁଁ ଯୁକ୍ତ ୩ ଓ ଯୁକ୍ତ୪ ବର୍ଷ ବୟସର ଶିଶୁମାନଙ୍କୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି ବୋଲି ସୁନ୍ଦରଗଡ଼ ଜିଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁଆର କହିଛନ୍ତି । ଉଦାହରଣ ସ୍ବରୂପ ସୁନ୍ଦରଗଡ଼ ସହର ମଧ୍ୟସ୍ଥ ଥାନାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକଦା ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରିଥିବା ବେଳେ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୧୨ । ରାଜ୍ୟ ସରକାର ଶିକ୍ଷା ସଂସ୍କାର ନାମରେ ଚଳିତ ବର୍ଷ ରାଜ୍ୟର ୯୬୬ଟି ବିଦ୍ୟାଳୟକୁ ୧୦ରୁ କମ ଛାତ୍ରଛାତ୍ରୀଥିବା କାରଣରୁ ବନ୍ଦ କରିଦେବା ପାଇଁ ନିର୍ଦେଶ ଦେଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ରାୟଗଡ଼ା ଜିଲାର ୧୩୯ଟି ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାରେ ୪୪ଟି ବନ୍ଦ ହେବ । ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ସ୍ଥିତିକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଗ୍ରୀଷ୍ମ ଅବକାଶ ପରେ ଏସବୁ ବିଦ୍ୟାଳୟ ଗୁଡ଼ିକ ଆଉ ଖୋଲାଯିବ ନାହିଁ ଏବଂ ସେଥିରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ସାମିଲ କରାଯିବ ଅବଶ୍ୟ ଯାତାୟାତ ପାଇଁ ଅଭିଭାବକମାନଙ୍କୁ ଖର୍ଚ୍ଚ ଦେବାର ବ୍ୟବସ୍ଥା ରହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories