www.samajalive.in
Sunday, December 7, 2025
16.1 C
Bhubaneswar

ଜ୍ୟୋତିଷଙ୍କ ଭବିଷ୍ୟବାଣୀ : ଭାରତ ହେବ ବିଶ୍ବକପ୍‌ ଚମ୍ପିଆନ୍

ନାଗପୁର : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ ଟାଇଟଲ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ହାସଲ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି ନାଗପୁରର ଖ୍ୟାତନାମା ଜ୍ୟୋତିଷ ନରେନ୍ଦ୍ର ବୁନ୍ଦେ।
ସାମ୍ବାଦିକ ସମ୍ମିଳନୀରେ ବୁନ୍ଦେ କହିଛନ୍ତି ଗ୍ରହନକ୍ଷତ୍ରଙ୍କ ସ୍ଥିତି ଏବଂ କୋହଲିଙ୍କ ଜାତକ ଗଣନା କରି ସେ ଯାହା ଜାଣିବାକୁ ପାଇଛନ୍ତି; ସେହି ଅନୁଯାୟୀ ଭାରତୀୟ ଦଳ ଚଳିତ ବିଶ୍ବକପ୍‌ ଚମ୍ପିଆନ୍‌ ହେବାକୁ ଯାଉଛି। ଲିଗ୍‌ ପର୍ଯ୍ୟାୟରେ ଭାରତୀୟ ଦଳ ୯ଟିରୁ ୭ଟି ମ୍ୟାଚ୍‌ରେ ଜିତିବ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହେବା କଷ୍ଟକର ବୋଲି ସେ ଦର୍ଶାଇଛନ୍ତି। ବିଶ୍ବକପ୍‌ରେ ଭାରତୀୟ ବ୍ୟାଟସମ୍ୟାନ୍‌ ବିରାଟ କୋହଲି, ଶିଖର ଧାୱନ୍‌, ରୋହିତ ଶର୍ମା, କେଏଲ୍‌ ରାହୁଲ ଓ ହାର୍ଦିକ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିବେ। ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ୟୁଜବେନ୍ଦ୍ର ଚହଲ୍‌ ସଫଳତା ପାଇବେ ବୋଲି ସେ ଦର୍ଶାଇଛନ୍ତି। ୧୯୮୩ରେ କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିଥିବା ବେଳେ ସେତେବେଳର ଗ୍ରହସ୍ଥିତି ଓ ବର୍ତ୍ତମାନର ଗ୍ରହସ୍ଥିତି ପାଖାପାଖି ସମାନ ରହୁଥିବାରୁ ଭାରତ ପୁନର୍ବାର ବିଶ୍ବବିଜେତା ହେବ ବୋଲି ସେ ମତ ଦେଇଛନ୍ତି। ପୂର୍ବରୁ ବିରାଟ କୋହଲି-ଅନୁଷ୍କା ଶର୍ମା ବିବାହ, ଧୋନି ୨୦୧୯ ବିଶ୍ବକପ୍‌ ଖେଳିବା, ମୁମ୍ବଇ ଇଣ୍ଡିଆନ୍‌ସ ୨୦୧୯ ଆଇପିଏଲ୍‌ ଚମ୍ପିଆନ୍‌ ହେବା, ନରେନ୍ଦ୍ର ମୋଦୀ ପୁନର୍ବାର ଭାରତ ପ୍ରଧାନମନ୍ତ୍ରୀ ହେବା ନେଇ ସେ ଭବିଷ୍ୟବାଣୀ କରିଥିବା ବୁନ୍ଦେ ଦାବି କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories