www.samajalive.in
Monday, December 15, 2025
24.1 C
Bhubaneswar

ନିର୍ମଳା ସୀତାରମଣ ପ୍ରଥମ ମହିଳା ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରଥମେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଏବଂ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ନେଇଥିବା ନିର୍ମଳା ସୀତାରମଣଙ୍କୁ ଏବେ ଅର୍ଥ ମନ୍ତ୍ରଣାଳୟର ଗୁରୁ ଦାୟିତ୍ବ ଦିଆଯାଇଛି । ସେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଥିବାବେଳେ ଇନ୍ଦିରା ଗାନ୍ଧୀ ୧୯୭୦-୭୧ରେ ନିଜ ପାଖରେ ଅର୍ଥ ମନ୍ତ୍ରଣାଳୟ ରଖିଥିଲେ । ପ୍ରଥମ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀର ଗୌରବ ମଧ୍ୟ ନିର୍ମଳା ସୀତାରମଣଙ୍କ ନାମରେ ଅଛି । ଏ କ୍ଷେତ୍ରରେ ମଧ୍ୟ ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ନାମ ଆସେ।
ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ନିର୍ମଳାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳର ଦାୟିତ୍ବ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ରୂପେ ଦିଆଯାଇଥିଲା। ଏହାପରେ ସେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଥିଲା। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଆସ୍ଥା ସ୍ଥାପନ ପୂର୍ବକ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ବ ପ୍ରଦାନ କରିଛନ୍ତି। ନିର୍ମଳାଙ୍କ ଜନ୍ମ ୧୮ ଅଗଷ୍ଟ ୧୯୫୯ରେ ତାମିଲନାଡୁର ଏକ ସାଧାରଣ ପରିବାରରେ ହୋଇଥିଲା। ତାଙ୍କ ପିତା ରେଳବାଇର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ଓ ମାଆ ଥିଲେ ଗୃହିଣୀ। ବାପାଙ୍କ ଚାକିରିରେ ବାରମ୍ବାର ବଦଳି ହେଉଥିବାରୁ ସେ ତାମିଲନାଡୁର ବିଭିନ୍ନ ସହରରେ ରହିବାର ସୁଯୋଗ ପାଇଥିଲେ।
ନିର୍ମଳା ତାମିଲନାଡୁର ତିରୁଚିରାପଲିରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ସେ ଅର୍ଥଶାସ୍ତ୍ରରେ ସ୍ନାତକ କରିଛନ୍ତି। ଏହାପରେ ସେ ଦିଲ୍ଲୀର ଜବହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ିଥିଲେ। ପରେ ସେ ଇଣ୍ଡୋ-ୟୁରୋପିଆନ ଟେକ୍ସଟାଇଲ୍‌ ଟ୍ରେଡ଼ ବିଷୟରେ ପିଏଚ୍‌ଡି ହାସଲ କରିଥିଲେ। ୨୦୦୮ ମସିହାରେ ସେ ବିଜେପିରେ ଯୋଗ ଦେବାସହ ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ଏହାର ଦୁଇବର୍ଷ ପରେ ସେ ବିଜେପିର ମୁଖପାତ୍ର ହେଲେ। ୨୬ ମେ ୨୦୧୪ରେ ମୋଦୀ ସରକାରରେ ରାଷ୍ଟ୍ରମନ୍ତ୍ରୀ ହୋଇଥିବାବେଳେ ୩ ଡିସେମ୍ବର ୨୦୧୭ରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories