ବ୍ରହ୍ମପୁର : ବହୁଚର୍ଚ୍ଚିତ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କ ହତ୍ୟା ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରି ଧରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଅନ୍ତର୍ଗତ ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ପୁଲିସ ଏନକାଉଣ୍ଟର କରିଥିଲା। ପୁଲିସ ଗୁଳିରେ ଗଣେଶ ନାୟକ ଓରଫ ବୁଲୁ ଓ ହୃଷୀ ପାତ୍ର ଆହତ ହୋଇଥିଲେ । ସେମାନଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ସେମାନଙ୍କ ନିକଟରୁ ପୁଲିସ ୨ଟି ପିସ୍ତଲ ସହିତ ଗୁଳି ଓ ଗୋଟିଏ ବାଇକ ଜବତ କରିଛି।
ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡରେ ସାମିଲ ଥିବା ୭ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଶୁକ୍ରବାର ବାଇକରେ ଚିକିଟି ଅଭିମୁଖେ ଯାଉଥିବା ପୁଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ପୁଲିସ ଅଭିଯୁକ୍ତମାନଙ୍କ ପିଛା କରିବା ସମୟରେ ଗୋଳନ୍ଥରା ନିକଟରେ ଅପରାଧୀମାନେ ପୁଲିସ ଉପରକୁ ଗୁଳି କରିଥିଲେ। ପୁଲିସର ପାଲଟା ଗୁଳିରେ ୨ ଅପରାଧୀ ଆହତ ହୋଇ ତଳେ ପଡ଼ିଯାଇଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅନ୍ୟ ୩ ଜଣ ଫେରାର ଏପର୍ଯ୍ୟନ୍ତ ଫେରାର ରହିଛନ୍ତି।



