www.samajalive.in
Saturday, December 13, 2025
21.1 C
Bhubaneswar

ଡ଼ିଜେ ଗାଡ଼ି ଓଲଟି ୧ ମୃତ , ୪ ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଭୀମକୁଣ୍ଡ ରାସ୍ତାର ଏରେଣ୍ଡେଇ ନିକଟରେ ଏକ ଡ଼ିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଚକ୍ରଧର ଶୁଣ୍ଢି ଓ ଗୁରୁତର ମାନେ ହେଲେ ବୁଦ୍ଧିଆ ସାମାଡ଼, ସାମୁ ବାନ୍ଦ୍ରା, ଶିରିସ ଗାଗରାଇ ଓ ରଘୁନାଥ ଲୋହାର। ଏମାନେ ସମସ୍ତେ ପଣସଗଡ଼ିଆ ଗ୍ରାମର ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଣସଗଡ଼ିଆ ଗ୍ରାମରୁ ବିବାହ ପାଇଁ ପାଟଣା ବ୍ଲକ ନୂଆଗାଁ ଗ୍ରାମକୁ ବରଯାତ୍ରୀ ସହ ଏକ ପିକଅପ ଭ୍ୟାନରେ ଡ଼ିଜେ ସାଉଣ୍ଡ ଆସିଥିଲା। ବିବାହ ସାରି ଫେରୁଥିବା ସମୟରେ ପାଟଣା ଥାନା ଭୀମକୁଣ୍ଡ ରାସ୍ତାର ଏରେଣ୍ଡେଇ ନିକଟରେ ପିକଅପ ଭ୍ୟାନ ଭ୍ୟାନଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ି ଏହି ଦୁର୍ଘଟଣା ଘଟିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories