www.samajalive.in
Wednesday, December 10, 2025
16.1 C
Bhubaneswar

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଦ୍ୱାରଶୁଣି: ମୟୂରଭଞ୍ଜ ଜିଲା ସାରସକଣା ଥାନା ଅନ୍ତର୍ଗତ ଜାମଶୋଳା ନିକଟ ଜଙ୍ଗଲରେ ବୁଧବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, କେହି ଦୁର୍ବୃତ୍ତ ଅଜଣା ବ୍ୟକ୍ତିଙ୍କୁ ମାରି ଫିଙ୍ଗି ଦେଇଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ମୁହଁରେ କୌଣସି ଏକ ଧାରୁଆ(କୁରାଢ଼ୀ) ଅସ୍ତ୍ରର କଟା ଦାଗ ରହିଛି ଏବଂ ଦୁଇ ଆଖି ଭିତରକୁ ପଶି ବିକୃତ ହୋଇଯାଇଛି । ତେବେ ମୃତକଙ୍କୁ ଚିହ୍ନିବା ସମ୍ଭବ ହୋଇପାରୁନାହିଁ । ମୃତ ବ୍ୟକ୍ତିଙ୍କ ପାଖରେ ଏକ ମଦ ବୋତଲ ସହିତ ପ୍ଲାଷ୍ଟିକ ଗ୍ଲାସ, ପାଣି ବୋତଲ, ରୁଟି, ପିଆଜ, ଆଚାର  ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳକୁ ଦେଖିଲେ ବୁଝାପଡୁଛି ଉକ୍ତ ଜାଗାରେ ୩/୪ ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପସ୍ଥିତିରେ ଏହା ଘଟିଛି ଏବଂ ମିଳିତ ଭାବେ ଅତି ନୃଶଂସ ଭାବେ ହତ୍ୟା କରି ଦୁର୍ବୃତ୍ତମାନେ ଖସି ପଳାଇଛନ୍ତି । ଝାରପୋଖରିଆ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି  । ଏହାସହ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ଶରତ କୁମାର ମହାଳିକ ସୂଚନା ଦେଇଛନ୍ତି । ଏହାକୁ ନେଇ ୫୦/୧୯ରେ ଏକ ମାମଲା ରୁଜୁ ହୋଇଛି।

 

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories