www.samajalive.in
Wednesday, December 10, 2025
16.1 C
Bhubaneswar

ପଶ୍ଚିମ ବଙ୍ଗରେ ପାର୍ଟିର ଖରାପ ପ୍ରଦର୍ଶନ ପରେ କବିତା ଲେଖି ନିଜ ମନର ଭାବ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକତା .- ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ ଗତ ସାଧାରଣ ନିର୍ବାଚନ ଅପେକ୍ଷା ଖରାପ ପ୍ରଦର୍ଶନ କରିଛି । ଚଳିତ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୨ଟି ଆସନ ଲାଭ କରିଥିବା ବେଳେ ବିଜେପି ୧୮ଟି ଆସନ ଲାଭ କରିଛି । ଏହାର ଗୋଟିଏ ଦିନ ପରେ ପଶ୍ଚମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କବିତା ଲେଖି ନିଜ ମନର ଭାବ ପ୍ରକାଶ କରିଛନ୍ତି ।

ଏହି କବିତାକୁ ମମତାଙ୍କ ଟ୍ୱିଟର ହ୍ୟାଣ୍ଡଲର ତାଙ୍କ ଟ୍ୱିଟର ପୃଷ୍ଟାରେ ପ୍ରକାଶ କରିଛନ୍ତି । ଆଇ ଡୋଣ୍ଟ ଆଗ୍ରୀ ଶୀର୍ଷକରେ, ଧର୍ମର ରଙ୍ଗ ନାମରେ ସେ ଏକ କବିତା ରଚନା କରିଛନ୍ତି । ସେ ଧାର୍ମିକ ରଙ୍ଗରେ ବିଶ୍ୱାସ କରନ୍ତି ନାହିଁ , ପଶ୍ଚିମବଙ୍ଗ ଲୋକଙ୍କର ସେବା କରିବା ପାଇଁ ଚାହାନ୍ତି ବୋଲି ଏଥିରେ ଉଲ୍ଲେଖ କରିଛନ୍ତି।
ସଧାରଣ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ହୋଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଲିବେଳେ ବିଜେପି ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ମାତ୍ର ଏହା ସତ୍ତ୍ୱେ ବିଜେପି ବେଶ୍‌ ଭଲ ପ୍ରଦର୍ଶନ କରିଛି । ଶନିବାରରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories