www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଦେହଜନକ ଅବସ୍ଥାରେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ସହର ଚିମନିଭାଟି ପଡା ଲକ୍ଷ୍ମୀ ଜୋର ନିକଟସ୍ଥ ଏକ ପରିତ୍ୟକ୍ତ କୂଅଁରୁ ସନ୍ଦେହଜନକ ଅବସ୍ଥାରେ ଜଣେ ୫ ବର୍ଷ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବାଳକ ଜଣକ ଲକ୍ଷ୍ମୀନଗର ପଡାର ଝଗଡୁ ସ୍ୱାଇଁଙ୍କ ପୁଅ ଜିତୁ ସ୍ୱାଇଁ ବୋଲି ଚିହ୍ନଟ କରାଯାଇଛି। ମୃତ ବାଳକ ଜିତୁ ଦିନକ ତଳେ ନିଖୋଜ ଥିବା ଅଭିଯୋଗ ହୋଇଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରୁ ଜିତୁ ଘରୁ ନିଖୋଜ ରହିଥିଲେ। ପରିବାରଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କଲାପରେ ମଧ୍ୟ ଜିତୁର କୈାଣସି ଖୋଜଖୋବର ମିଲିନଥିଲା। ନିଖୋଜ ସମ୍ପର୍କରେ ପରିବାରଲୋକ ସନ୍ଧ୍ୟାରେ ବଲାଙ୍ଗୀର ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ନିଖୋଜ ନାବାଳକ ଜିତୁଙ୍କୁ ଠାବ କରିବାକୁ ଚେଷ୍ଟା ଚଲାଇଥିଲା। ତେବେ ରାତି ପ୍ରାୟ ୧୧ଟା ସମୟରେ ଚିମନିଭାଟି ପଡା ସ୍କୁଲ ସମ୍ମୁଖ ଲକ୍ଷ୍ମୀ ଜୋର ନାଳ କଡରେ ଥିବା ଏକ ପରିତ୍ୟକ୍ତ କୂଅଁରୁ ଜିତୁଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜିତୁଙ୍କୁ ହତ୍ୟା କରାଯାଇଥିବା ନେଇ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ। ଜିତୁଙ୍କ ମୃତ୍ୟୁ କିପରି ହେଲା, ସେ ଏହି ପରିତ୍ୟକ୍ତ କୁଅଁ ପର୍ଯ୍ୟନ୍ତ କେମିତି ଆସିଲେ ତାହା ଏପର୍ଯ୍ୟନ୍ତ ରହସ୍ୟା ହୋଇ ରହିଥିବା ବେଳେ ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଡଗ୍‍ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବଲାଙ୍ଗୀରର ଆଦର୍ଶଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି। ଜିତୁଙ୍କ ମୃତ୍ୟୁ ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଥିବା ବେଳେ ଯଦି ଜିତୁଙ୍କୁ ହତ୍ୟା କରାଯାଇଛି ତେବେ ଦୋଷୀକୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories