www.samajalive.in
Wednesday, December 10, 2025
16.1 C
Bhubaneswar

ଲୋଇସିଂହାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ପାନୀୟ ଜଳ ପାଇଁ ଡହଳ ବିକଳ ଗ୍ରାମବାସୀ

ଲୋଇସିଂହା : ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳରେ ତାପମାତ୍ରା ପ୍ରାୟ ୪୪ଂ କୁ ଛୁଇଁଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ପରିସ୍ଥିତିରେ ଗତ ଏକ ସପ୍ତାହ ହେଲା ଯାନ୍ତ୍ରୀକ ତୃଟି ଯୋଗୁୁଁ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅନିୟମିତା ଯୋଗୁଁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆହୁରି ବଢିବାରେ ଲାଗିଛି। ଗତବର୍ଷ ଠାରୁ ଓଭରହେଡ ଟ୍ୟାଙ୍କ୍ କାର୍ଯ୍ୟକ୍ଷମ ହେବା ପରେ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ହେଁ ବେଳେ ବେଳେ ଯାନ୍ତ୍ରୀକ ତୃଟି ଯୋଗୁଁ ଷ୍ଟାଣ୍ଡ ପୋଷ୍ଟ ଗୁଡିକରେ ପାଣି ଆସୁନାହିଁ। ଏଣୁ ଗ୍ରାମବାସୀ ମାନେ ଦୂରଦୂରାନ୍ତର କୂପ, ନଈ, ପୋଖରୀରୁ ପିଇବା ପାଣି ସଂଗ୍ରହ କରୁଥିବା ଳକ୍ଷ କରାଯାଉଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଞ୍ଚସୁନୀଲ ଅଗ୍ରୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଟ୍ୟାଙ୍କ ନିକଟରେ ଲଗା ଯାଇଥିବା ପାଇପ ଲୋଡ୍‍ ସମ୍ଭାଳି ପାରୁ ନଥିବାରୁ ପାଇପଫାଟି ପାଣି ଉପରୁକୁ ଊଠି ପାରୁନାହିଁ। ପାଇପ୍ ବଦଳ କରଯାଇ ଥିଲେ ହେଁ ଏହା ଠିକ୍‍ ଭାବରେ କାମ କରୁନାହିଁ। ଦିନେ ଦୁଇ ଦିନ ପରେ ପୁଣି ପାଇପ ଫାାଟି ଅଚଳ ହୋଇ ପଡୁଛି ବୋଲି ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ର ବିଭାଗ କନିଷ୍ଠ ଯନ୍ତ୍ରୀ ଯାନ୍ତ୍ରୀକ ତୃଟିକୁ ସ୍ୱୀକାର କରି ଆଜି ସନ୍ଧ୍ୟା ସୁଦ୍ଧା ମରାମତି କାମ ସମ୍ପୂର୍ଣ୍ଣ ହୋଇ ଜଳଯୋଗାଣ ସ୍ୱାଭାବିକ ହୋଇ ପାରିବା ପାଇଁ ଉଦ୍ୟମ କରଥିବା କହିଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories