ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ପୂର୍ଣ୍ଣ ଅଦାଲତ ବୈଠକ ଡାକିବାକୁ କହିଲେ ଜଷ୍ଟିସ୍‌ ଗୋଗୋଇ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୨ଜଣ ବିଚାରପତି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନିକଟକୁ ଏକ ପତ୍ର ଲେଖି ସବୁ ବିଚାରପତିଙ୍କ ବୈଠକ ଡାକିବାକୁ କହିଛନ୍ତି । ଏହି ପତ୍ର ଜଷ୍ଟିସ୍‌ ରଂଜନ ଗୋଗୋଇ ଏବଂ ଜଷ୍ଟିସ୍‌ ମଦନ ଲୋକୁର ଏହି ପତ୍ର ଲେଖିଛନ୍ତି । ଏହି ପତ୍ରରେ ଦର୍ଶାଯାଇଛି ଯେ ଦେଶର ସର୍ବୋଚ୍ଚ ନ୍ୟୟାଳୟର ଭବିଷ୍ୟତ ସର୍ମ୍ପରେ ବିଚାର କରିବା ପାଇଁ ଏକ ସମ୍ପୂର୍ଣ୍ଣ ଅଦାଲତ ବୈଠକର ଆବଶ୍ୟକତା ରହିଛି । ତେବେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏପର୍ଯ୍ୟନ୍ତ ଏହାର ଜବାବ ଦେଇନାହାନ୍ତି । ପ୍ରକାଶ ଯେ ସୋମବାର ସକାଳେ ସୁପ୍ରିମକୋର୍ଟର ଚା ବୈଠକରେ ଜଷ୍ଟିସ୍‌ ଗୋଗୋଇ ଏହି ପ୍ରସଙ୍ଗ ଉଠାଇଥିଲେ । ଏହା ପୂର୍ବରୁ ଅପ୍ରେଲ ୯ରେ ଜଷ୍ଟିସ୍‌ କୁରିୟାନ ଜୋସେଫ ପ୍ରଧା ବିଚାରପତି ଦୀପକ ମିଶ୍ରଙ୍କୁ ପତ୍ର ଲେଖି କଲେଜିୟମ ସୁପାରିଶ ଉପରେ ସରକାରଙ୍କ ଆଭିମୁଖ୍ୟ ଉପରେ ପଦକ୍ଷେପ ନେବାକୁ କହିଥିଲେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ । ପରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ନୋଟିସ୍‌କୁ ଖାରଜ କରିଦେଇଥିଲେ । ଏହାକୁ ନେଇ ଅଦାଲତର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିଥିଲା । ସର୍ବୋଚ୍ଚ ଅଦାଲତର ଗାରିମା ବଜାୟ ରଖିବା ପାଇଁ ଏକ ୪ ଜଣିଆ ବିଚାରପତିଙ୍କ କମିଟି ଗଠନ କରାଯାଇଛି । ପ୍ରକାଶ ଯେ ଚଳିତ ବର୍ଷ ଜାନୁଆରୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଚେଲମେଶ୍ୱର, ଜଷ୍ଟିସ୍‌ ରଂଜନ ଗୋଗୋଇ, ଜଷ୍ଟିସ୍‌ ମଦନ ଲୋକୁର ଏବଂ ଜଷ୍ଟିସ୍‌ କୁରିୟାନ ଜୋସେଫ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଥିଲେ । ସେବେଠାରୁ ସୁପ୍ରିମକୋର୍ଟର ଛବି ମଳିନ ହୋଇଛି ଓ ବିବାଦ ଲାଗି ରହିଛି ବୋଲି ଅନେକ ଆଇନ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।

Leave A Reply