ସୁଷମା ଓ ସୀତାରମଣଙ୍କୁ ରେଳମନ୍ତ୍ରୀଙ୍କ ପ୍ରଶଂସା

0

ନୂଆଦିଲ୍ଲୀ : ସଦ୍ୟ ଶେଷ ହୋଇଥିବା ସାଂଘାଇ ବିଦେଶମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ସ୍ତରୀୟ ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ। ଅନ୍ୟ ଦେଶର ପୁରୁଷ ପ୍ରତିପକ୍ଷଙ୍କ ଗହଣରେ ଭାରତର ଏହି ଦୁଇ ମହିଳା ମନ୍ତ୍ରୀଙ୍କ ଫଟୋଚିତ୍ର ସାର୍ବଜନୀନ ହେବା ପରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସ୍ତରରୁ ଏହାକୁ ଖୁବ୍‌ ପ୍ରଶଂସା କରାଯାଇଛି। ଯେଉଁଠାରେ ମହିଳାମାନଙ୍କୁ ସମ୍ମାନିତ କରାଯାଏ, ସେଠାରେ ଦେବତ୍ୱ ପ୍ରସ୍ଫୁଟିତ ହୋଇଥାଏ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋଏଲ ଟ୍ୱିଟର୍‌ରେ ଉଲ୍ଲେଖ କରିଛନ୍ତି। ସାଂଘାଇ ବିଦେଶମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ସ୍ତରୀୟ ସମ୍ମିଳନୀରେ ସମସ୍ତ ପୁରୁଷଙ୍କ ମଧ୍ୟରେ ଭାରତୀୟ ମହିଳା ମନ୍ତ୍ରୀ ବୋଲି ମଧ୍ୟ ସେ ଏହି ଫଟୋଚିତ୍ର ତଳେ ମନ୍ତବ୍ୟ ଉଲ୍ଲେଖ କରିଛନ୍ତି।

Leave A Reply