www.samajalive.in
Sunday, December 7, 2025
14.1 C
Bhubaneswar

କୋଇଲା ଖଣିରେ ବିସ୍ଫୋରଣ, ୭ ଶ୍ରମିକ ମୃତ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର ବୀରଭୂମ ଜିଲାର ଳୋକପୁର ଥାନା ଅଞ୍ଚଳରେ ଥିବା ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରି ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗଙ୍ଗାରାମଚକ ମାଇନିଂ ପ୍ରାଇଭେଟ ଲିମିଟେହ କୋଲିୟରି(ଜିଏମପିଏଲ) ଖଣିରେ ସୋମବାର ଖନନ ଚାଲିଥିଲା। ଏହି ସମୟରେ ହଠାତ ବିସ୍ଫୋରଣ ଘଟିଥିଲା। କୋଇଲା ଖନନ ପାଇଁ ବ୍ୟବହୃତ  ବିସ୍ଫୋରକରେ ଅଚାନକ ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହିତ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏହା ସହିତ ପ୍ରାଣ ହରାଇଥିବା କର୍ମଚାରୀମାନଙ୍କ ପରିଚୟ ଖୋଜିବାକୁ ପୁଲିସ ଉଦ୍ୟମ ଚଳାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories