ଶ୍ରେଣୀଗୃହରେ ସଂଜ୍ଞାହୀନ ହେଲେ ଛାତ୍ରୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ବାସୁଦେବପୁର : ଶ୍ରେଣୀଗୃହରେ ହଠାତ୍ ସଂଜ୍ଞାହୀନ ହୋଇପଡ଼ିଲେ ଛାତ୍ରୀ। ଗୁରୁତର ଅବସ୍ଥାରେ ପରିବାର ପକ୍ଷରୁ ବାସୁଦେବପୁର ଡାକ୍ତରଖାନାକୁ ଆଣିବା ପରେ ଚାଲିଛି ଚିକିତ୍ସା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ଥାନା ଅଧିନ କୁମାରପୁର ଉଚ୍ଚ ବିଦ୍ୟାଳୟରରେ। ଏହି ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ରୀ ମାନସୀ ମାଝୀ ଶ୍ରେଣୀଗୃହରେ ପାଠ ପଢୁଥିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ବିଦ୍ୟାଳୟ ପକ୍ଷରୁ ଛାତ୍ରୀଙ୍କ ପରିବାରକୁ ଖବର ଦିଆଯାଇଥିଲା। ପରେ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
Comments are closed.