www.samajalive.in
Saturday, December 6, 2025
16.1 C
Bhubaneswar

ସରକାରୀ ବଙ୍ଗଳାରୁ ଏସି, ବେସିନ, ବିଦ୍ୟୁତ ବୋର୍ଡ ଖୋଲି ନେଇଗଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବିହାରରେ ଉପମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳାକୁ ​ରାଜନୀତି ସରଗରମ ହୋଇପଡ଼ିଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ସରକାରୀ ବଙ୍ଗଳା ଖାଲି କରିବା ସହିତ ସେଠାରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର(ଏସି), ବେସିନ ଖୋଲି ନେଇଛନ୍ତି। ଏପରି କି ବଙ୍ଗଳାରେ ଲାଗିଥିବା ବିଦ୍ୟୁତ ବୋର୍ଡକୁ ବି ଛାଡ଼ିନାହାନ୍ତି। ବିଦ୍ୟୁତ ବୋର୍ଡ ଉପାଡ଼ି ନେଇଛନ୍ତି ତେଜସ୍ଵୀ। ଏଭଳି ଅଭିଯୋଗ ଆଣିଛି ବିଜେପି।

ବିହାରର ବିଜେପି ମିଡିଆ ସେଲ୍‌ ପ୍ରଭାରୀ ଦାନିଶ ଇକବାଲ ଅଭିଯୋଗ କରି କହିଛନ୍ତି ଯେ, ତେଜସ୍ଵୀ ବଙ୍ଗଳା ଖାଲି କରିବା ସହିତ ସରକାରୀ ବେଡ୍‌, ଏସି ଏବଂ ବେସିନକୁ ବି ଖାଲି କରିନେଲେ। ଏପରି କି ବାସଭବନରେ ଖେଳକୁଦ ପାଇଁ ରହିଥିବା ଜିମ୍‌ ଓ କ୍ରୀଡ଼ା ଉପକରଣଗୁଡ଼ିକୁ ବି ନେଇଗଲେ। ବ୍ୟାଡମିଣ୍ଟନ କୋର୍ଟର ଚଟାଣରେ ପଡୁଥିବା ମ୍ୟାଟ୍‌ ଖୋଲି ନେଇଛନ୍ତି। ଏହବ୍ୟତୀତ ଗାଧୁଆ ଘରେ ଲାଗିଥିବା ଟ୍ୟାପ ବି ଖୋଲି ନେଇଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ତେଜସ୍ଵୀ ଖାଲି କରିଥିବା ସରକାରୀ ବଙ୍ଗଳାକୁ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଆବଣ୍ଟିତ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories